ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ‌୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ବିରୋଧରେ ବିହାର ପୁଲିସରେ ହୋଇଥିବା ଏଫ୍ଆଇଆରକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ ଆଜି ରିୟାଙ୍କ ଆଇନଜୀବୀ, ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସଦସ୍ୟଙ୍କ ଓକିଲ ଏବଂ ମହାରାଷ୍ଟ୍ର ସରକାରାଙ୍କୁ ପ୍ରତିନିଧିତ୍ବ କରୁଥିବା ଓକିଲ ଓ ସଲିସିଟର ଜେନେରାଲ୍‌ଙ୍କ ଯୁକ୍ତି ଶୁଣିବା ପରେ ସମସ୍ତଙ୍କ ପକ୍ଷରୁ ଉକ୍ତ ମାମଲାରେ ବିସ୍ତୃତ ଭାବେ ଲିଖିତ ବିବରଣୀ ଚାହିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୩ରେ ହେବ। ଆଜି ଶୁଣାଣି ସମୟରେ ରିଆଙ୍କ ଓକିଲ କୋର୍ଟ‌୍‌ରେ କହିଥିଲେ ଯେ, ପାଟନା ଏଫ୍‌ଆଇଆରର ଉକ୍ତ ଘଟଣା ସହ କିଛି ସମ୍ପୃକ୍ତି ନାହିଁ। ବିହାର ପୁଲିସ ଏହି ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିଦେବା ଉଚିତ। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସୁଶାନ୍ତଙ୍କ ବାପା ରିଆଙ୍କୁ ଫସାଇବା ପାଇଁ କେତେକ ପ୍ରଭାବଶାଳୀ ସମ୍ପର୍କୀୟଙ୍କୁ ବ୍ୟବହାର କରୁଛନ୍ତି। ରିୟା କୋର୍ଟରେ କହିଥିଲେ, ସୁଶାନ୍ତଙ୍କ ମୃତ୍ୟୁପରେ ତାଙ୍କୁ ଗଭୀର ମାନସିକ ଆଘାତ ଲାଗିଛି। କିନ୍ତୁ ଏବେ ତାଙ୍କୁ ଏବେ ଦୋଷୀ ଭାବେ ପରିଗଣିତ କରାଯାଉଛି।

ସମ୍ବନ୍ଧିତ ଖବର