ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ୟା ମଧ୍ୟରେ ୩ ମାସ ବିତ ଯିବା ପରେ ବି ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏବେ ଡ୍ରଗ୍ସ କାରବାର ଦିଗଟି ବି ଯୋଡ଼ି ହୋଇଯାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଡ୍ରଗ୍ସ କାରବାର ଦିଗଟିକୁ ଯାଞ୍ଚ କରୁଛି। ସଂଦିଗ୍ଧ ଡ୍ରଗ୍ସ ବେପାରୀ ଅନୁଜ କେଶୱାନୀଙ୍କ ସୂଚନାକୁ ଆଧାର କରି ଏନସିବି ଗୋଆ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରିଥିବା ସୂଚନା ରହିଛି।
/sambad/media/post_attachments/wp-content/uploads/2020/09/1599197982_sushantraid-300x200.jpg)
ଚଢ଼ାଉ ହୋଇଥିବା ସମସ୍ତ ସ୍ଥାନ ଡ୍ରଗ୍ସ ବେପାରୀଙ୍କ ସହ ଜଡ଼ିତ ବୋଲି ଜାଣିବାକୁ ମିଳିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଏନ୍ସିବି ପ୍ରଥମେ କାଇଜାନ ଇବ୍ରାହିମ ନାମକ ଜଣେ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଥିଲା। କାଇଜାନ ସଂଦିଗ୍ଧ ଡ୍ରଗ୍ସ ବେପାରୀ ଅନୁଜ କେଶୱାନୀ ନାମ ନେବା ପରେ ଏନ୍ସିବି ତାଙ୍କୁ ମଧ୍ୟ ଗିରିଫ କରିଥିଲା। କାଇଜାନ ଇବ୍ରାହିମ କହିଥିଲେ ଯେ ଅନୁଜ ତାଙ୍କ ଡ୍ରଗ୍ସ ଯୋଗାଣକାରୀ ବୋଲି। ଏବେ ଅନୁଜଙ୍କୁ ଗିରଫ କରିବା ପରେ ଏନ୍ସିବି ସେ ଦେଉଥିବା ସୂଚନା ଆଧାରରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଚାଲିଛି। ମୁମ୍ବାଇ ଓ ଗୋଆରେ ହେଉଥିବା ଏହି ଚଢ଼ାଉ ସାମି ୱାନକେଡେଙ୍କ ଅଧ୍ୟକ୍ଷତାରେ ହେଉଛି। ସେପ୍ଟେମ୍ବର ୩ ତାରିଖରେ ଏନ୍ସିବି କାଇଜାନ୍ ଇବ୍ରାହିମ୍ ଆକା ଜୟସନଙ୍କୁ ଗିରଫ କରିଥିଲା। ସେ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସହ ସମ୍ପର୍କରେ ଥିବା ଜଣାପଡିଛି।