ଚାଞ୍ଚଲ୍ୟକର ତଥ୍ୟ ଦେଲା ପୁଲିସ: ଆତ୍ମହତ୍ୟାର ପ୍ରଥମ ଚେଷ୍ଟାରେ ବିଫଳ ହୋଇଥିଲେ ସୁଶାନ୍ତ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ସୁଶାନ୍ତ ସିଂ ରାଜପୁତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସାମ୍ନାକୁ ଆସି ସାରିଛି। କିନ୍ତୁ ଏବେ ବି ତାଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବା ପାଇଁ ପୁଲିସ ନିରନ୍ତର ଅନୁସନ୍ଧାନ ଜାରି ରଖିଛି । ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି | ସୁଶାନ୍ତ ନିଜର ନୀଳ ରଙ୍ଗର କୁର୍ତ୍ତା ସାହାଯ୍ୟରେ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ ବାଥ୍ରୋବର ବେଲ୍ଟ ସାହାଯ୍ୟରେ ନିଜକୁ ଫସି ଲଗାଇବା ପାଇଁ ଚେଷ୍ଟା କରିଥିଲେ ବୋଲି ପୁଲିସ ସନ୍ଦେହ କରିଛି ।

जांच के लिए भेजा रहा है वो हरा कुर्ता
oneindia

ପୁଲିସର କହିବା ମୁତାବକ, ସୁଶାନ୍ତଙ୍କ ମୃତଦେହ ଖଟ ଉପରେ ପଡିଥିବା ସହ ବାଥ୍ରୋବର ବେଲ୍ଟଟି ତଳେ ଦୁଇ ଖଣ୍ଡ ହୋଇ ପଡିଥିଲା | ଏହା ସହ ତାଙ୍କ ଆଲମିରାରେ ଥିବା ପୋଷାକ ସବୁ ବାହାରେ ଏଣେ ତେଣେ ପଡିଥିବାର ଦେଖା ଯାଇଥିଲା | ଘଟଣାସ୍ଥଳର ଦୃଶ୍ୟକୁ ଦେଖିବା ପରେ ସେ ପ୍ରଥମେ ବାଥ୍ରୋବର ବେଲ୍ଟ ସାହାଯ୍ୟରେ ନିଜକୁ ଫସି ଲଗାଇବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ତାହା ଛିଡିଯିବା ପରେ ସେ ଆଲମିରାରୁ ନୀଳ କୁର୍ତ୍ତା କାଢି ନିଜକୁ ଫସି ଲଗାଇଥିବା ଜଣା ପଡୁଛି | ଆମେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କ ପଡୋଶୀ ନୀଳ କୁର୍ତ୍ତା କାଟି ସୁଶାନ୍ତଙ୍କ ମୃତଦେହକୁ କାଢି ସାରିଥିଲେ | ଏବେ ଆମେ ଅଭିନେତାଙ୍କ ଓଜନ ବହନ କରିବାକୁ ନୀଳ କୁର୍ତ୍ତାଟି ଯଥେଷ୍ଟ ଶକ୍ତିଶାଳୀ ଥିଲା କି ନାହିଁ ତାହା ଯାଞ୍ଚ କରିବାକୁ ନୀଳ କୁର୍ତ୍ତାକୁ କଲିନା ଫରେନସିକ୍ ସାଇନ୍ସ ଲାବୋରେଟୋରୀକୁ ପଠାଇଛୁ |

ସମ୍ବନ୍ଧିତ ଖବର