ମୁମ୍ବାଇ: ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ପରେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା, ଯାହାର ଉତ୍ତର ଏପର୍ଯ୍ୟନ୍ତ ମିଳିପାରି ନାହିଁ। ବର୍ତ୍ତମାନ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତ ସିଂ ରାଜପୁତ ଗୁଗୁଲରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜାଣିବାକୁ ଚାହିଁଥିଲେ । ଆତ୍ମହତ୍ୟା ପୂର୍ବରୁ ସେ ଗୁଗୁଲରେ ସର୍ଚ୍ଚ କରିଥିବା ତିନୋଟି ଜିନିଷ ମଧ୍ୟରୁ ନିଜର ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବିଷୟରେ ମଧ୍ୟ ସର୍ଚ୍ଚ କରିଥିଲେ।
India.comସୁଶାନ୍ତ ଦିଶାଙ୍କ ଆତ୍ମହତ୍ୟାକୁ ନେଇ ଦୁଃଖିତ ଥିବା ବେଳେ ତାଙ୍କ ଆତ୍ମହତ୍ୟାକୁ ନେଇ ସୁଶାନ୍ତଙ୍କ ବିଷୟରେ କ’ଣ ଖବର ଲେଖାଯାଇଛି, ସେ ନେଇ ଗୁଗଲରେ ୨ଘଣ୍ଟା କାଳ ସୁଶାନ୍ତ ସର୍ଚ୍ଚ କରିଥିଲେ। ଏହା ସହ ସେ ଯନ୍ତ୍ରଣାହୀନ ମୃତ୍ୟୁ, ସିଜୋଫ୍ରେନିଆ ଏବଂ ବାଇପୋଲାର ଡିଜଅର୍ଡର ବିଷୟରେ ସର୍ଚ୍ଚ କରିଥିବା ଜଣା ପଡ଼ିଛି। ତାଙ୍କ ଫୋନ ଓ ଲାପଟପର ଫରେନସିକ୍ ଯାଞ୍ଚ ରିପୋର୍ଟ ଆସିବା ପରେ ଏହାର ଖୁଲାସା ହୋଇଛି। ତେବେ ଆଇପିଏସ ଅଫିସରଙ୍କୁ ଯାଞ୍ଚରେ ସାହାଯ୍ୟ ନକରି କ୍ବାରେଣ୍ଟାଇନ କରିବା ଖବର ଉପରେ ମୁମ୍ବାଇ ପୁଲିସ କମିସନର କହିଛନ୍ତି ଯେ, ଆଇପିଏସ ଅଫିସରଙ୍କୁ କ୍ବାରେଣ୍ଟାଇନ କରିବାରେ ଆମର କୌଣସି ହାତ ନାହିଁ। ବିଏମସି ନିୟମ ଅନୁଯାୟୀ ଏହି ପଦକ୍ଷେପ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/Forensic-Report-of-the-Mobile-Laptop-of-a-Sushant-Singh-Rajput_Thumbnail.jpg)