ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହେଲା ତଦନ୍ତ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ଇଡି ପକ୍ଷରୁ ଆଜି ବିଧିବଦ୍ଧ ଭାବେ ଏକ ମନି ଲଣ୍ଡରିଂ ମାମଲା ଆଗତ ହୋଇଛି। ଏବଂ ତଦନ୍ତ ପାଇଁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଓ ଅନ୍ୟ ସଂପୃକ୍ତ ପକ୍ଷମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଛି।

ବିହାର ପୁଲିସ ନିକଟରେ ସୁଶାନ୍ତଙ୍କ ପିତା କରିଥଇବା ଏଫଆଇଆର ଆଧାରରେ ସୁଶାନ୍ତ ସିଂ ରାଜପୁତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ ଇଡି ତଦନ୍ତର ପରିସରଭୁକ୍ତ କରିଛି। ଏହି ମାମଲାରେ ଖଉବ୍‌ ଶୀଘ୍ର ଇଡି ଏମାନଙ୍କୁ ପଚରାଉଚରା ଆରମ୍ଭ କରିବ ବୋଲି ଜାଣିବାକୁ ମିଳିଛି। ରାଜପୁତଙ୍କ ଆୟ, ବ୍ୟାଙ୍କ ଆକାଉଣ୍ଟ ଏବଂ ତାଙ୍କର ଅଂଶଧନ ଥିବା କମ୍ପାନିଗୁଡିକ ବିଷୟରେ ମଧ୍ୟ ଇଡି ତଦନ୍ତ କରିବ।

ସମ୍ବନ୍ଧିତ ଖବର