ଫରେନସିକ୍ ରିପୋର୍ଟରେ ଖୁଲାସା: ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ

ମୁମ୍ବାଇ: ତିନି ମାସ ହେଲାଣି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏହି ଦୁନିଆରୁ ବିଦାୟ ନେଇ ସାରିଥିଲେ ମଧ୍ୟ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟିପାରି ନାହିଁ। ତାଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ଏ ନେଇ ଦେଶର ତିନୋଟି ବୃହତ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତ କରୁଥିଲେ ମଧ୍ୟ ପ୍ରକୃତ କଥା ସାମ୍ନାକୁ ଆସିପାରି ନାହିଁ। ଏ ମଧ୍ୟରେ ସୁଶାନ୍ତଙ୍କ ଫରେନସିକ୍ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇନଥିବା ବିଷୟରେ ଦର୍ଶାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଯେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଛି ତାହା ଦର୍ଶାଉଛି ଯେ, ସୁଶାନ୍ତଙ୍କୁ ହତ୍ୟା ଉଦ୍ୟମ କରାଯାଇ ନାହିଁ, ସେ ଆତ୍ମହତ୍ୟା କରିଛନ୍ତି। ସୋମବାର ଏମ୍ସ ମେଡିକାଲ୍ ବୋର୍ଡ ଏହାର ଅନୁସନ୍ଧାନ ରିପୋର୍ଟକୁ କୁପର ହସ୍ପିଟାଲ୍ ଦ୍ୱାରା ଦିଆଯାଇଥିବା ତଥ୍ୟ ସହିତ ସିବିଆଇ ସହ ସେୟାର କରିଥିଲା।

Sushant Singh Rajput: Federal probe ordered into Bollywood star's death - BBC News
BBC

ଏମ୍ସର ରିପୋର୍ଟ ପାଇବା ପରେ, ଆତ୍ମହତ୍ୟାକୁ ଦୃଷ୍ଟିରେ ରଖି ସିବିଆଇ ବର୍ତ୍ତମାନ ଏହି ମାମଲାର ତଦନ୍ତ କରିବ। ଯଦି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, ତେବେ ଏହାର କାରଣ କ’ଣ ଥିଲା? ତାଙ୍କୁ ଆତ୍ମହତ୍ୟା କରିବାକୁ କେହି ପ୍ରବର୍ତ୍ତାଇଥିଲେ କି? ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବ ସିବିଆଇ।

ଏକ ଲାପଟପ୍, ହାର୍ଡ ଡିସ୍କ, କାନନ୍ କ୍ୟାମେରା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି, ଯାହାର ତଦନ୍ତ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନ ବିଷୟରେ କହିବାକୁ ଗଲେ, ଏହି ମାମଲାରେ ତଦନ୍ତ ପାଇଁ ସିବିଆଇ ୨୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି।

ସମ୍ବନ୍ଧିତ ଖବର