ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କଥା ଆସିବା ପରଠାରୁ ତଦନ୍ତର ଗତି ବଢ଼ିଛି। ଡ୍ରଗ୍ସ ଲିଙ୍କ୍ କୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟା ଓ ତାଙ୍କ ଭାଇଙ୍କ ସମେତ ଅନେକଙ୍କୁ ଗିରଫ କରିଥିବା ବେଳେ ଏବେ ବି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି ରଖିଛି ଏନସିବି ।
ତେବେ ଏହି ମାମଲାକୁ ନେଇ ପଚରାଉଚରା କରିବା ପାଇଁ ଶ୍ରୁତି ମୋଦୀଙ୍କୁ ଡକାଯାଇଥିବା ବେଳେ ଏବେ ତାଙ୍କୁ ଫେରାଇ ଦିଆଯାଇଥିବା ଜଣା ପଡ଼ିଛି। ଶ୍ରୁତି ମୋଦୀଙ୍କୁ ପଚରାଉଚରା କରୁଥିବା ଏନସିବି ଦ୍ବାରା ଗଠିତ ଏସଆଇଟି ଦଳର ଜଣେ ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିବା ପରେ ଶ୍ରୁତିଙ୍କୁ ଘରକୁ ପଠାଇ ଦିଆଯାଇଛି। ଏପରି ପରିସ୍ଥିତିରେ, କୋଭିଡ ପ୍ରୋଟୋକଲକୁ ଦେଖି ଆଗକୁ ଅନୁସନ୍ଧାନ କରାଯିବ | ଏନସିବି ପୁଣିଥରେ ଶ୍ରୁତି ମୋଦୀଙ୍କୁ ଡକାଇ ପଚରାଉଚରା କରିବ ବୋଲି ଜଣା ପଡ଼ିଛି।
Navbharat Timesଶ୍ରୁତି ମୋଦୀ ହେଉଛନ୍ତି ରିୟାଙ୍କର ପୂର୍ବତନ ମ୍ୟାନେଜର। ସୁଶାନ୍ତ, ରିୟା ଏବଂ ସୌଭିକ୍ ଙ୍କ ନିକଟତର | ରିୟା ପଚରାଉଚରା ସମୟରେ ଶ୍ରୁତିଙ୍କ ନାଁ ନେଇଥିବାରୁ ଏବେ ଅଧିକ ସୂଚନା ପାଇଁ ଶ୍ରୁତିଙ୍କୁ ଜେରା କରିବ ଏନସିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-115.jpg)