ସୁଶାନ୍ତଙ୍କୁ ମାନସିକ ରୋଗ ଡାକ୍ତରଖାନା ପଠାଇବାକୁ ଚାହୁଁଥିଲେ ରିୟା, ପରିବାରଠାରୁ ଦୂରରେ ରହିବା ପାଇଁ ବାଧ୍ୟ କରୁଥିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଭିନେତା ଦୁନିଆ ଛାଡିବାର ଏକ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ସେ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ, ତା’ ଉପରୁ ପରଦା ହଟି ପାରି ନ‌ାହିଁ। ଏ ସବୁ ମଧ୍ୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସୁଶାନ୍ତଙ୍କ ପିତା କେ.କେ ସିଂ ରିୟାଙ୍କ ବିରୋଧରେ ବିହାର ପୁଲିସରେ ଏଫ୍ଆଇଆର୍ ଦାଖଲ କରିବା ପରେ ରିୟା ଏବଂ ସୁଶାନ୍ତଙ୍କ ପ୍ରେମ ସମ୍ପର୍କ ବିଷୟରେ ଅନେକ ରହସ୍ୟ ସାମ୍ନାକୁ ଆସିଥିଲା। ଏବେ ରିୟା ସୁଶାନ୍ତଙ୍କୁ ମାନସିକ ରୋଗ ଡାକ୍ତରଖାନା ପଠାଇବାକୁ ଚାହୁଁଥିବା ଖବର ସାମ୍ନାକୁ ଆସିଛି। ଏହା ସହ ସୁଶାନ୍ତ କଲ ରେକର୍ଡ ଚେକ୍ କରାଯିବା ପରେ ୪ଦିନ ମଧ୍ୟରେ ରିୟା ସୁଶାନ୍ତଙ୍କୁ ୨୫ଥର ଫୋନ କରି ଚଣ୍ଡିଗଡ଼ରୁ ମୁମ୍ବାଇ ଫେରି ଆସିବା ପାଇଁ ବ୍ଲାକମେଲ କରିଥିବା ଜଣା ପଡ଼ିଛି। ଜାନୁଆରୀ ୨୦-୨୪ ମଧ୍ୟରେ ସୁଶାନ୍ତ ଚଣ୍ଡିଗଡ଼ରେ ନିଜ ଭଉଣୀମାନଙ୍କ ସହ ଥିବା ସମୟରେ ରିୟା ତାଙ୍କୁ ୨୫ଥର ଫୋନ କରିଥିଲେ।

मेंटल हॉस्पिटल में सुशांत को डालना चाहती थी रिया, कर रही थी ब्लैकमेल
intoday

ସୂଚନାନୁସାରେ, ସୁଶାନ୍ତ ନଭେମ୍ବରରେ ତାଙ୍କ ଭଉଣୀଙ୍କୁ ସାହାଯ୍ୟ ମାଗିବା ସହ ଚଣ୍ଡିଗଡ଼ ଯିବାକୁ ଟିକେଟ ବୁକ୍ କରିଥିଲେ। କିନ୍ତୁ ସେତେବେଳେ ରିୟା ତାଙ୍କୁ ବ୍ଲାକମେଲ କରି ମୁମ୍ବାଇରେ ରହିବାକୁ କହିଥିଲେ। ଏହା ପରେ ଡିସେମ୍ବରରେ ସୁଶାନ୍ତ ଏକ ନୂଆ ନମ୍ବର ଆଣି ନିଜ ଭଉଣୀକୁ ଫୋନ କରି ତାଙ୍କ ସହ ଘଟୁଥିବା ଘଟଣା ବିଷୟରେ ଜଣାଇଥିଲେ। ସୁଶାନ୍ତ କହିଥିଲେ ଯେ, ରିୟା ଏବଂ ତାଙ୍କ ପରିବାର ମୋତେ ମାନସିକ ରୋଗ ଡାକ୍ତରଖାନା ପଠାଇବାକୁ ଚେଷ୍ଟା କରୁଛନ୍ତି। ମୁଁ ମାନସିକ ରୋଗ ଡାକ୍ତରଖାନା ଯିବାକୁ ଚାହୁଁ ନାହିଁ | ମୁଁ ମୁମ୍ବାଇରୁ ସବୁକିଛି ଶେଷ କରି ହିମାଚଳର କୌଣସି ସ୍ଥାନରେ ବସବାସ କରିବ‌ାକୁ ଚାହୁଁଛି |

ଏହା ପରେ ରିୟାଙ୍କୁ ନଜଣାଇ ସେ ନିଜେ ଗାଡି ଚଳାଇ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଥିଲେ। ଚଣ୍ଡିଗଡ଼ରେ ପହଞ୍ଚିବା ପରେ ସେଠାରେ ସେ ୨ଦିନ ରହିଥିଲେ। କିନ୍ତୁ ଏହି ସମୟରେ ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠ‌ାନି ରିୟାଙ୍କୁ ସୁଶାନ୍ତଙ୍କ ଚଣ୍ଡିଗଡ଼ ଯିବା ବିଷୟରେ ଜଣାଇ ଦେଇଥିଲେ, ଯାହା ପରେ ରିୟା ତାଙ୍କୁ ଫେରିବା ପାଇଁ ବ୍ଲାକମେଲ କରି ୩-୪ ଦିନରେ ୨୫ ଥର ଫୋନ କରିଥିବା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର