ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହା‌ଇକୋର୍ଟ ଗଲେ ବାପା

ନୂଆଦିଲ୍ଲୀ: ଦିବଂଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହା‌ଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁଶାନ୍ତଙ୍କ ବାପା କ୍ରିଷ୍ଣା କିଶୋର ସିଂହ। ସୁଶାନ୍ତଙ୍କ ବାପା ପ୍ରତିବନ୍ଧକ ଲଗାଇବା ପାଇଁ ନିବେଦନ କରିବା ପରେ ଏବେ ଦିଲ୍ଲୀ ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ ସମନ ପଠାଇଛନ୍ତି।

ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂ ଏକ ପିଟିସନ ଦାଖଲ କରିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁକୁ ନେଇ ଖ୍ୟାତି ଅର୍ଜନ କରିବାକୁ କିଛି ଲୋକ ମନଗଢ଼ା କାହାଣୀ ସହିତ ଫିଲ୍ମ ତିଆରି କରୁଛନ୍ତି। ଫିଲ୍ମର ନିର୍ମାଣ କରୁଥିବା କୌଣସି ଚଳଚ୍ଚିତ୍ର ନିର୍ମାତା ଫିଲ୍ମ ନିର୍ମାଣ କରିବା ପୂର୍ବରୁ  ଆମ ସମ୍ମତି ନେଇନଥିଲେ।

Yash Raj Films submit copies of contract signed by Sushant Singh Rajput to  the police | HELLO LUMBINI Entertainment
Hello Lumbini – Hellolumbini.com

ସୁଶାନ୍ତ ସିଂ ରାଜପୁତଙ୍କ ପିତା କେ.କେ ସିଂଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ବିକାଶ ସିଂହ କୋର୍ଟରେ କହିଥିଲେ ଯେ, ଫିଲ୍ମ ନିର୍ମାତାମାନେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଚାଲୁଥିବା ତଦନ୍ତକୁ ପ୍ରଭାବିତ କରିବା ପାଇଁ ଫିଲ୍ମରେ ମନଗଢ଼ା ଦୃଶ୍ୟ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ସମୟରେ ସୁଶାନ୍ତଙ୍କୁ ନେଇ ନିର୍ମାଣ ହେଉଥିବା ପ୍ରୋଜେକ୍ଟ ‌ଉପରେ ରୋକ ଲଗାଯିବା ଦରକାର। ତେବେ ଶୁଣାଣି ଶେଷରେ କେ.କେ ସିଂଙ୍କ ନିବେଦନକୁ ଆଖି ଆଗରେ ରଖି ହାଇକୋର୍ଟ ଫିଲ୍ମ ନିର୍ମାତାଙ୍କୁ ସମନ ପଠାଇଛନ୍ତି।

ସମ୍ବନ୍ଧିତ ଖବର