ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି। ସମ୍ପ୍ରତି ସୁଶାନ୍ତ ସିଂହ ରାଜପୁତଙ୍କ ଉଇକିପିଡିଆ ପେଜକୁ ନେଇ ଏକ ପ୍ରଶ୍ନ ଉଠିଛି।
ପ୍ରକାଶିତ ଖବର ମୁତାବକ, ମୁମ୍ବାଇ ପୁଲିସ ହାତରେ ଏକ ନୂଆ ତଥ୍ୟ ଲାଗିଛି। ଏହି ତଥ୍ୟଟି ସୁଶାନ୍ତ ସିଂଙ୍କ ଉଇକିପିଡିଆ ସହିତ ଜଡ଼ିତ ରହିଛି। ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଉଇକିପିଡିଆ ପେଜରେ ୮ଟା ୫୯ମିନିଟରେ ତାଙ୍କର ଆତ୍ମହତ୍ୟା ସମୟ ଅପଡେଟ ହୋଇସାରିଥିବା କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି।
How could this be possible.A person adding to his Wikipedia page that he died by suicide at 9.08 am.That means someone already knew it before his death that he will commit suicide..There is something fishy..CBI needs to investigate..#AmitShahDoJusticeForSSR@Neil_Panchtilakpic.twitter.com/n4qB1yOKPk
— mamta chandra (@mamtalily) June 29, 2020
ସୋସିଆଲ ମିଡିଆରେ ଏହାକୁ ନେଇ ଏଥିପାଇଁ ପ୍ରଶ୍ନ ଉଠୁଛି କି ବୟାନ, ପଞ୍ଚନାମା ଓ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ସୁଶାନ୍ତ ସିଂହ ପାଖାପାଖି ସାଢେ ୯.୩୦ ମିନିଟ୍ ସମୟରେ ରୁମ୍ରୁ ବାହାରକୁ ଯାଇଥିଲେ। ସେ ଜୁସ ପିଇବା ପରେ ପାଖାପାଖି ୧୦ଟା ବେଳେ ସେ ନିଜ ରୁମକୁ ଫେରି ଯାଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ଖବର ପାଖାପାଖି ୧୨ଟାରେ ସାମ୍ନାକୁ ଆସିଥିଲା। ଏମିତିରେ ପ୍ରଶ୍ନ ଉଠୁଛି କି କେମିତି ସୁଶାନ୍ତଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ଉଇକିପିଡ଼ିଆରେ ପୂର୍ବରୁ ଅପଡେଟ ହୋଇଥିଲା?
How could this be possible.A person adding to his Wikipedia page that he died by suicide at 9.08 am.That means someone already knew it before his death that he will commit suicide..
There is something fishy..CBI needs to investigate..#AmitShahDoJusticeForSSRpic.twitter.com/xCNZY8ESR2— Shruti Jain (@Shrutiiijain) June 29, 2020
ମୁମ୍ବାଇ ପୋଲିସ ସୂତ୍ର ଅନୁଯାୟୀ ତାଙ୍କୁ ସାଇବର ସେଲରୁ ସୂଚନା ମିଳିଛି ଯେ ଉଇକିପିଡିଆ ୟୁଟିସି ଟାଇମଲାଇନରେ ଚାଲିଥାଏ। ଯାହାକି ଭାରତୀୟ ସମୟଠାରୁ ପାଖାପାଖି ସାଢେ ୫ ଘଣ୍ଟା ପଛରେ ରହିଥାଏ। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏହି ସମୟ ବ୍ୟବଧାନ ଦେଖିବାକୁ ମିଳୁଛି।