ସୁଶୀଲ ଚନ୍ଦ୍ର ନୂଆ ନିର୍ବାଚନ କମିସନର୍‌

ନୂଆଦିଲ୍ଲୀ: ଆଉ କିଛି ସପ୍ତାହ ପରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଆଜି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବ୍ୟୁରୋ(ସିବିଡିଟି) ମୁଖ୍ୟ ସୁଶୀଲ ଚନ୍ଦ୍ରଙ୍କୁ ନୂତନ ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ କରାଯାଇଛି। ଆଇଆଇଟି ଉତ୍ତୀର୍ଣ୍ଣ ତଥା ୧୯୮୦ ବ୍ୟାଚ୍ ଭାରତୀୟ ରାଜସ୍ବ ସେବା(ଆଇଆର୍ଏସ୍) ଅଧିକାରୀ ଶ୍ରୀ ଚନ୍ଦ୍ର କେନ୍ଦ୍ର ନିର୍ବାଚନ ଆୟୋଗରେ ଦ୍ବିତୀୟ ନିର୍ବାଚନ କମିସନର ଭାବେ ଯୋଗଦେବେ। ସମ୍ପ୍ରତି ସୁନୀଲ ଆରୋରା ମୁଖ୍ୟ ନିର୍ବାଚନ ଆୟୁକ୍ତ ଥିବା ବେଳେ ଅଶୋକ ଲାଭାସା ଅନ୍ୟତମ ନିର୍ବାଚନ କମିସନର ଦାୟିତ୍ବରେ ଅଛନ୍ତି। ସୂଚନାଯୋଗ୍ୟ, ୨୦୧୬ ନଭେମ୍ବର ୧ରେ ସିବିଡିଟି ମୁଖ୍ୟ ଭାବେ ଯୋଗଦେଇଥିବା ଶ୍ରୀ ଚନ୍ଦ୍ରଙ୍କ କାର୍ଯ୍ୟକାଳକୁ ଆଉ ଗୋଟେ ବର୍ଷ ପାଇଁ ଆସନ୍ତା ମେ ୩୧ ଯାଏ ବୃଦ୍ଧି କରାଯାଇଥିଲା। ତେବେ ଏହାର ସାଢ଼େ ୩ ମାସ ପୂର୍ବରୁ ତାଙ୍କୁ ଏହି ନୂତନ ଦାୟିତ୍ବ ସମ୍ଭାଳିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର