ସବୁ ମୋଦୀ ଚୋର ବୋଲି କହି ଫସିଲେ ରାହୁଲ ଗାନ୍ଧୀ, ସୁଶୀଲ ମୋଦୀ ରୁଜୁ କଲେ ମାନହାନୀ ମାମଲା

ପାଟନା : ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଛନ୍ତି । ସବୁ ମୋଦୀ ଚୋର ବୋଲି କହିଥିବା ରାହୁଲଙ୍କ ବୟାନକୁ ବିରୋଧ କରି ସୁଶୀଲ ମୋଦୀ ଏପରି କରିଥିବା ଜଣା ପଡ଼ିଛି । ଏହି ଖବର ନିଜେ ସୁଶୀଲ ମୋଦୀ ଟୁଇଟ୍‌ କରି ଦେବା ପରେ ଖବରଟି ପ୍ରସାର ହେବାରେ ଲାଗିଥିଲା । ଟୁଇଟ୍‌ କରି ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଧାରା ୫୦୦ଅନୁଯାୟୀ ମାନହାନୀ ମକଦ୍ଦମା କରିଥିବା କହିଥିଲେ । ସୁଶୀଲଙ୍କ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ରାହୁଲଙ୍କୁ କଡ଼ା ଜବାବ ଦେଇ ସାରିଛନ୍ତି । କିନ୍ତୁ ରାହୁଲଙ୍କ ବିରୋଧରେ ସୁଶୀଲ ମୋଦୀ ମକଦ୍ଦମା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

The Hans India

ଏକ ଜନସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ । ଜନସଭାକୁ ସମ୍ବୋଧନ କରି, ସବୁ ଚୋରଙ୍କର ଉପନାମ ମୋଦୀ କାହିଁକି ଥାଏ? ଯେମିତି କି ନୀରବ ମୋଦୀ ଏବଂ ଲଳିତ ମୋଦୀ ବୋଲି କହିଥିଲେ ରାହୁଲ । କଥା କଥାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଚୋର ବୋଲି କହିଥିଲେ । କିନ୍ତୁ ଭାଷଣରେ ମୋଦୀ ଉପନାମକୁ ଅକ୍ଷେପ କରି କହିଥିବାରୁ ସୁଶୀଲ ମୋଦୀ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର