ହତ୍ୟା ଘଟଣାରେ ଗିରଫ ହେବାର ୪୮ଘଣ୍ଟା ପରେ ଗଲା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ କୁମାରଙ୍କ ଚାକିରି

ନୂଆଦିଲ୍ଲୀ: ଛତ୍ରଶାଳ ଷ୍ଟାଡିୟମ୍‌ ବିବାଦ ଯୋଗୁଁ ସାଗର ରାଣା ନାମକ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ଘଟଣାରେ ଗିରଫ ହୋଇ ପୁଲିସ କଷ୍ଟଡିରେ ଥିବା ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାରଙ୍କୁ ରେଳ ଚାକିରିରୁ ନିଲମ୍ବିତ କରାଯାଇଛି | ଗିରଫର ୪୮ଘଣ୍ଟା ପରେ ତାଙ୍କୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଚାକିରିରୁ ନିଲମ୍ବିତ କରାଯାଇଥିବା ଜଣାପଡିଛି |

ଉତ୍ତର ରେଳବାଇର ଜଣେ ବରିଷ୍ଠ ବାଣିଜ୍ୟିକ ପରିଚାଳକ, ଅଲିମ୍ପିକ୍ ପଦକ ବିଜେତା କୁମାରଙ୍କୁ ବିଦ୍ୟାଳୟ ସ୍ତରରେ କ୍ରୀଡ଼ାର ବିକାଶ ପାଇଁ ଛତ୍ରଶାଳ ଷ୍ଟାଡିୟମରେ ସ୍ପେଶାଲ ଡ୍ୟୁଟି (ଓଏସଡି) ର ଅଧିକାରୀ ଭାବରେ ଦିଲ୍ଲୀ ସରକାର ପୋଷ୍ଟ କରିଥିଲେ।

Outlook India

ତେବେ ଗିରଫ ପରେ ଏବେ ପୁଲିସ କଷ୍ଟଡିରେ ଥିବା ସୁଶୀଲ କୁମାରଙ୍କୁ ପୁଲିସ ଆଜି ଛତ୍ରଶାଳ ଷ୍ଟାଡିୟମକୁ ନେଇ ସାଗର ରାଣାଙ୍କୁ କିପରି ହତ୍ୟା କରାଯାଇଥିଲା ସେ ବିଷୟରେ ଜଣାଇବାକୁ କହିଥିଲେ | କିନ୍ତୁ ସୁଶୀଲ କିଛି ନକହି ଭାଙ୍ଗିପଡିବା ସହ ବାରମ୍ବାର ନିଜର ବୟାନ ବଦଳାଇଥିବା ନେଇ ସୂଚନା ମିଳିଛି |

ଉଲ୍ଲେଖଯୋଗ୍ୟ, ମେ’ ୨୩ ସକାଳେ ଦିଲ୍ଲୀରେ ସୁଶୀଲ କୁମାରଙ୍କୁ ଗିରଫ କରାଯାଇଥିଲା। ସାଗର ରାଣା ହତ୍ୟାକାଣ୍ଡ ସମୟରୁ ସର୍ବଦା ସୁଶୀଲ୍‌ଙ୍କ ସାଥିରେ ରହୁଥିବା ଅଜୟ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା | ଗିରଫ ପରେ ଦୁହିଁଙ୍କୁ ୬ଦିନ ପାଇଁ ପୁଲିସ କଷ୍ଟଡିକୁ ପଠାଇଦିଆଯାଇଥିଲା | ଦିଲ୍ଲୀ ପୁଲିସ କୁସ୍ତି ଖେଳାଳି ଏବଂ ତାଙ୍କ ସହଯୋଗୀଙ୍କୁ ୧୨ ଦିନ ହେପାଜତକୁ ନେବା ପାଇଁ ଆବେଦନ କରିଥିବା ବେଳେ ରୋହିଣୀ କୋର୍ଟ ସେମାନଙ୍କୁ ୬ଦିନ ପୁଲିସ କଷ୍ଟଡିକୁ ନେବା ପାଇଁ ଅନୁମତି ଦେଇଥିଲେ |

ସମ୍ବନ୍ଧିତ ଖବର