ସୁଶୀଲଙ୍କୁ ରାଜ୍ୟସଭାକୁ ପଠାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରିଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ପାଟ୍‌ନା: ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତିଶ କୁମାର । ହେଲେ ଭାଙ୍ଗି ଯାଇଛି ନୀତିଶ-ସୁଶୀଲ ଯୋଡି । ଅର୍ଥାତ ନୀତିଶଙ୍କ ନେତୃତ୍ୱରେ ନୂଆ ସରକାର ଗଢା ଯାଇଥିଲେ ମଧ୍ୟ ସୁଶୀଲ ମୋଦୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିନାହିଁ । ଏଥର ନୀତିଶଙ୍କୁ ସହାୟତା ପାଇଁ ଦୁଇ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ବିଜେପିର ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲେ ମଧ୍ୟ ସୁଶୀଲ ମୋଦିଙ୍କୁ ସରକାରରୁ ଦୂରେଇ ରଖାଯାଇଛି ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ନୀତିଶ କୁମାର । ସେ କହିଛନ୍ତି ସୁଶୀଲ ମୋଦିଙ୍କୁ ଉପମୁଖ୍ୟମନ୍ତ୍ରୀ ନକରିବା ନିଷ୍ପତ୍ତି ବିଜେପିର । ତେଣୁ ଏ ନେଇ ବିଜେପିକୁ ପ୍ରଶ୍ନ କରାଯିବା ଉଚିତ୍ । ଆମେ ମେଂଟ କରି ସରକାର ଚଳାଇବୁ । ତେଣୁ ମିଳିମିଶି କାମ କରିବୁ । ସୂଚନା ଅନୁସାରେ ସୁଶୀଲ ମୋଦୀଙ୍କୁ କିଛି ବଡ ଉପହାର ପାଇଁ ଚିନ୍ତା କରୁଛନ୍ତି ବିଜେପି ଟପବସ୍ । ତାଙ୍କୁ ରାଜ୍ୟସଭାକୁ ପଠାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ସେପଟେ, ବିହାର ନିର୍ବାଚନ ପରାଜୟ ପରେ କଂଗ୍ରେସରେ କମ୍ପନ । ପରାଜୟର ପରିଣାମ ଏହି ସର୍ବ ପୂରାତନ ଦଳ ଭିତରେ ଫାଟକୁ ବଢାଇବାରେ ଲାଗିଛି । ଜଣକ ପରେ ଜଣେ ନେତାଙ୍କ ବୟାନବାଜି ଦଳ ଭିତରେ ଥିବା ବିବାଦକୁ ପଦାରେ ପକାଇ ଦେଇଛି । ପ୍ରଥମେ ଦଳ ଆତ୍ମଚିନ୍ତନ କରିବାକୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ ନେତା କପିଲ ଶିବଲ । ଏବେ ଏହାକୁ ନାପସନ୍ଦ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସମ୍ବନ୍ଧିତ ଖବର