ନୂଆଦିଲ୍ଲୀ: କୁଳଭୂଷଣ ଯାଦବଙ୍କ ପରିବାର ତାଙ୍କୁ ଇସଲାମାବାଦରେ ଭେଟି ଫେରିବା ପରେ ଆଜି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି। ବିଦେଶ ସଚିବ ଏସ୍ ଜୟଶଙ୍କର ଏବଂ ବିଦେଶମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର ମଧ୍ୟ କୁଳଭୂଷଣଙ୍କ ପରିବାର ସହିତ ଉପସ୍ଥିତ ଥିଲେ। ପାକିସ୍ତାନ ସରକାର ଯୋଜନାବଦ୍ଧ ଭାବେ କୁଳଭୂଷଣଙ୍କ ପରିବାରକୁ ଅପମାନିତ କରିଥିବାରୁ ଭାରତ ପାକିସ୍ତାନର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛି । ମାନବିକତା ଆଧାରରେ ସାକ୍ଷାତ ସୁଯୋଗ ଦେଇଥିବା ନେଇ ଦାବି କରୁଥିବା ପାକିସ୍ତାନ ଅସଲରେ ମାନବିକ ଅଧିକାରକୁ ଉଲ୍ଲଂଘନ କରିଛି ବୋଲି ଭାରତ କହିଛି।
ପାକ୍ରୁ ଫେରିବା ଫରେ ଯାଦବ ପରିବାର ସୁଷମାଙ୍କୁ ଭେଟିଲେ
/sambad/media/post_attachments/wp-content/uploads/2017/11/sushma-swaraj-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)