ମଥାରେ ବଡ଼ ବିନ୍ଦି, ଲାଲ ଯୋଡ଼ା…

ଭଉଣୀଙ୍କୁ ହରାଇଲି: ଗୁଲାମନବୀ, ବର୍ଷକରେ ଦିଲ୍ଲୀ ୩ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା

ନୂଆଦିଲ୍ଲୀ : ମଥାରେ ବଡ଼ ଗୋଲ ବିନ୍ଦି ଏବଂ ସ୍ବରରେ ବିସ୍ମୟକର ପ୍ରଖରତା। ଭାଷଣ କଳା ସହିତ ସୁଷମାଙ୍କ ଭାରତୀୟ ପରିଧାନ ମଧ୍ୟ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ। ଆଜି ଶେଷ ଯାତ୍ରାରେ ବାହାରିବା ବେଳେ ମଧ୍ୟ ସୁଷମାଙ୍କ ମଥାରେ ବଡ଼ ଲାଲ ବିନ୍ଦି ଚମକୁ ଥିଲା ଏବଂ ଲାଲ ଯୋଡ଼ାରେ ସେ ଲାଗୁଥିଲେ ଜୀବନ୍ତ। ହଜାର ହଜାର ସାଧାରଣ ଜନତା ପ୍ରିୟ ନେତ୍ରୀଙ୍କୁ ବିଦାୟ ଦେବାବେଳେ ଭାବପ୍ରବଣ ହୋଇଉଠିଥିଲେ। ‘ଜବ୍‌ତକ ସୁରଯ ଚାନ୍ଦ ରହେଗା ଦିଦି ତେରା ନାମ ରହେଗା’ ସ୍ଲୋଗାନରେ ଶେଷକୃତ୍ୟ ସ୍ଥଳ ପ୍ରକମ୍ପିତ ହୋଇଥିଲେ।

ଭଉଣୀଙ୍କୁ ହରାଇଲି: ଗୁଲାମନବୀ
ନୂଆଦିଲ୍ଲୀ : ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ ସୁଷମାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ମୁଁ ମୋର ଜଣେ ଭଉଣୀଙ୍କୁ ହରାଇଛି। କେବେ ବି ଭାବିନଥିଲି ସୁଷମା ଆମମାନଙ୍କୁ ଏତେ କମ୍‌ ବୟସରେ ଛାଡ଼ି ଚାଲିଯିବ। ଆଜାଦ କହିଛନ୍ତି ଆମେ କେବେ ବି ପରସ୍ପରର ନାଁ ଧରି କେହି କାହାକୁ ଡାକିନାହୁଁ। ଯେତେବେଳେ ବି ଦେଖାହୁଏ ଆମେ ଦୁହେଁ ପରସ୍ପରକୁ ଭାଇ ଓ ଭଉଣୀ କହି ସମ୍ବୋଧନ କରିଥାଉ।

ବର୍ଷକରେ ଦିଲ୍ଲୀ ୩ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲା
ନୂଆଦିଲ୍ଲୀ : ଗୋଟିଏ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀ ଏକା‌ବେଳେ ୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇଛି। ଅକ୍ଟୋବରରୁ -ଡିସେମ୍ବର ୧୯୯୮ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ସୁଷମାଙ୍କର ଗତକାଲି ରାତିରେ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ସେହିପରି ଜୁଲାଇରେ ଦିଲ୍ଲୀର ୩ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କର ମଧ୍ୟ ହୃଦ୍‌ଘାତରେ ପରଲୋକ ଘଟିଥିଲା। ୧୯୯୩-୯୬ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ମଦନ ଲାଲ୍‌ ଖୁରାନାଙ୍କର ମଧ୍ୟ ଗତବର୍ଷ ଅକ୍ଟୋବରରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର