ନିଜକୁ ଚୌକିଦାର୍‌ କାହିଁକି କହୁଛ ବୋଲି ପଚାରିଲେ ଯୁବକ? ଏଭଳି ଉତ୍ତର ରଖି ଚର୍ଚ୍ଚାରେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : କେନ୍ଦ୍ର ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସବୁ ବେଳେ ସୋସିଆଲ ମିଡିଆରେ ବିଶେଷ କରି ଟୁଇଟ୍‌ରରେ ଆକ୍ଟିଭ୍‌ ରହୁଥିବା ସହ ଲୋକମାନଙ୍କ ସମସ୍ୟାର ସମାଧାନ କରିଥିବା ଦେଖା ଯାଇଥାଏ । ଭାରତ ବାହାରକୁ ଯାଇଥିବା ବେଳେ ବା ଭାରତ ବାହାରେ ରହୁଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ତତ୍ପର ଥାନ୍ତି ସୁଷମା ସ୍ୱରାଜ । କିଛି ଦିନ ତଳେ ତାଙ୍କର ଏକ ଟୁଇଟ୍‌ ସମସ୍ତଙ୍କୁ ପସନ୍ଦ ଆସିଥିଲା, ଯେଉଁଥିରେ ସେ ସବୁ ପ୍ରକାରର ଇଂରାଜୀ ବୁଝି ପାରୁଥିବା କହିଥିଲେ । ଏବେ ସେ ଆଉ ଟୁଇଟ୍‌କୁ ନେଇ ଯେଉଁ ଉତ୍ତର ରଖିଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

ସୂଚନା ମୁତାବକ, ଜଣେ ଟୁଇଟ୍‌ର ବ୍ୟବହାରକାରୀ ସୁଷମା ସ୍ୱରାଜଙ୍କୁ ଟୁଇଟ୍‌ କରି ଆପଣ ନିଜକୁ ଚୌକିଦାର କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ରଖି, ଭାରତୀୟଙ୍କ ହିତ ପାଇଁ ଏବଂ ଭାରତ ବାହାରେ ରହୁଥିବା ନାଗରିକଙ୍କ ପାଇଁ ଚୌକିଦାରୀ କରୁଛି ବୋଲି କହିଥିଲେ ସୁଷମା ସ୍ୱରାଜ । ତାଙ୍କର ଏଭଳି ଉତ୍ତର ପରେ ପ୍ରଶ୍ନ ପଚାରିଥିବା ବ୍ୟବହାରକାରୀଜଣଙ୍କ କୌଣସି ପ୍ରତିକ୍ରିୟା ରଖି ନଥିଲେ ।

ସମ୍ବନ୍ଧିତ ଖବର