ସବୁ ଦିନ ପାଇଁ ସୁଷମା ସ୍ୱରାଜଙ୍କ ଋଣୀ ହୋଇ ରହିବ ବଲିଉଡ୍‌, ଅଣ୍ଡରଓ୍ଵାର୍ଲଡ୍‌ ଠାରୁ ଦେଇଥିଲେ ମୁକ୍ତି…

ମୁମ୍ବାଇ: ବଲିଉଡ୍‌ ଓ ଅଣ୍ଡରଓ୍ଵାର୍ଲଡ୍‌ ମଧ୍ୟରେ ପୁରୁଣା ସଂପର୍କ ରହିଛି । ଗୋଟେ ସମୟରେ ବଲିଉଡ୍‌ ଅଣ୍ଡରଓ୍ଵାର୍ଲଡ୍‌ ଅଧିନରେ ଥିଲା । ଗ୍ୟାଙ୍ଗଷ୍ଟରମାନେ ଫିଲ୍ମରେ ଟଙ୍କା ଲଗାଉଥିବା ବେଳେ ନିର୍ଦ୍ଦେଶକମାନେ ସେମାନଙ୍କୁ ଟଙ୍କା ଦେଉଥିଲେ । ତେବେ ବଲିଉଡ୍‌ର ଏତେ ବଡ଼ ସମସ୍ୟାକୁ ସମାଧାନ କରିଥିଲେ ସୁଷମା ସ୍ୱରାଜ ।

Image result for sushma-swaraj-liberating-indian-film-industry-when-she-was-i-and-b-minister
MSN.com

ସୂଚନା ମୁତାବକ, ୧୯୯୮ରେ ସୁଷମା ସ୍ୱରାଜ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ । ସେ ବଲିଉଡ୍‌କୁ ନେଇ ଏକ ବଡ଼ ଘୋଷଣା କରିଥିଲେ । ଯାହାଦ୍ୱାରା ଫିଲ୍ମ ପାଇଁ ବ୍ୟାଙ୍କରୁ ଋଣ ନେବାର ସୁବିଧା ଉପଲବ୍ଧ କରାଯାଇଥିଲା । ସେ ଫିଲ୍ମ ପ୍ରଡକ୍ସନକୁ ଏକ ଶିଳ୍ପ ଭାବେ ଘୋଷଣା କରିଥିଲେ । ବଲିଉଡ୍‌କୁ ଶିଳ୍ପର ମାନ୍ୟତା ମିଳି ନଥିବାରୁ ଗ୍ୟାଙ୍ଗଷ୍ଟରମାନେ କବ୍‌ଜା କରି ନେଇଥିଲେ । କିନ୍ତୁ ସୁଷମା ସ୍ୱରାଜଙ୍କ ଉଦ୍ୟମ ପାଇଁ ବଲିଉଡ୍‌ ଏକ ଶିଳ୍ପରେ ପରିଣତ ହୋଇଥିଲା । ତେବେ ବୈଦେଶିକ ମନ୍ତ୍ରୀ ଭାବେ ମଧ୍ୟ ତାଙ୍କ ଯାତ୍ରା ଖୁବ୍‌ ପ୍ରଶଂସନୀୟ ଥିଲା । ସେ ଅନେକ ପ୍ରବାସୀଙ୍କ  ଭିସା ସମସ୍ୟା ଦୂର କରି ସେମାନଙ୍କୁ ସ୍ୱଦେଶ ଫେରିବାରେ ସାହାଯ୍ୟ କରିଥିଲେ ।

ସମ୍ବନ୍ଧିତ ଖବର