ସବୁବେଳେ ପ୍ରବାସୀ ଭାରତୀୟଙ୍କୁ ସାହାଯ୍ୟ କରୁଥିବା ସୁଷମା ସ୍ୱରାଜ ଫିଲିପାଇନ୍ସରେ ରହୁଥିବା ଏହି କଶ୍ମୀରୀ ଛାତ୍ରଙ୍କ ଉପରେ ରାଗିଲେ କାହିଁକି?

ନୂଆଦିଲ୍ଲୀ : ବିଦେଶମନ୍ତ୍ରୀ ସୁଷମା ସ୍ୱରାଜ ସବୁବେଳେ ଟ୍ଵିଟର ମାଧ୍ୟମରେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ଭାରତ ବାହାରେ ରହୁଥିବା ଭାରତୀୟଙ୍କର କୌଣସି ଅସୁବିଧା ହେଲେ ତାହାର ସମାଧାନର ବାଟ ବାହାର କରିଥାନ୍ତି ସୁଷମା। କିଛି ଦିନ ତଳେ ବଲଉଡ଼ ଗୀତିକାର ଅଦ୍‌ନାନ ସାମିଙ୍କୁ କୁଏତ୍‌ରେ ଅସଦାଚରଣ କରାଯାଇଥିବାରୁ ସେ ବିଷୟରେ ଜାଣି ତୁରନ୍ତ ପଦକ୍ଷପ ନେଇଥିଲେ ସୁଷମା । ସମସ୍ତଙ୍କୁ ସାହାଯ୍ୟ କରୁଥିବା ସୁଷମା ଫିଲିପାଇନ୍ସରେ ରହୁଥିବା ଜଣେ କଶ୍ମୀରୀ ଛାତ୍ରଙ୍କୁ ବିରକ୍ତି ପ୍ରକାଶ କରିଥିବା ଜଣାପଡ଼ିଛି । ପାସପୋର୍ଟରେ କୌଣସି ଅସୁବିଧା ଥିବାରୁ ଶେଖ୍‌ ଅତିକ୍‌ ଟ୍ଵିଟ୍‌ କରି ସୁଷମାଙ୍କ ସାହାଯ୍ୟ ମାଗିଥିଲେ । ଅତିକ୍‌ଙ୍କ ଟ୍ଵିଟ୍‌ ପଢ଼ି ସୁଷମା ତାଙ୍କୁ ସାହାଯ୍ୟ କରିବା ପୂର୍ବରୁ ତାଙ୍କ ପ୍ରୋଫାଇଲରେ ଥିବା ଠିକଣାକୁ ଦେଖି ରାଗି ଯାଇଥିଲେ, ଯାହା ଫଳରେ ପରେ ଅତିକ୍‌ଙ୍କ ନିଜ ଠିକଣାକୁ ବଦଳାଇବାକୁ ପଡ଼ିଥିଲା ।

Scroll.in

ସୂଚନା ମୁତାବକ, କଶ୍ମୀରରେ ରହୁଥିବା ଅତିକ୍‌ ଫିଲିପାଇନ୍ସରେ ରହି ପାଠ ପଢ଼ୁଥିଲେ । ତାଙ୍କର କିଛି ଶାରୀରିକ ସମସ୍ୟା ଦେଖାଯିବାରୁ ସେ ଭାରତ ଆସିବା ପାଇଁ ଚାହିଁଥିଲେ । କିନ୍ତୁ ବାହାରିବା ପରେ ତାଙ୍କର ପାସପୋର୍ଟ ଖରାପ ହୋଇଯାଇଥିବା ସେ ଦେଖିଥିଲେ । ଏହାକୁ ଠିକ୍‌ କରାଇବା ପାଇଁ ସେ ମାସେ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ କେହି ସାହାଯ୍ୟ କରି ନଥିଲେ । ଏଥିପାଇଁ ସେ ଗୁରୁବାର ସକାଳେ ସୁଷମାଙ୍କୁ ଟ୍ଵିଟ୍‌ କରି ସାହାଯ୍ୟ ମାଗିଥିଲେ । ସୁଷମା ଟ୍ଵିଟ୍‌ ଦେଖିବା ପରେ ତାଙ୍କ ପ୍ରେଫାଇଲରେ ଥିବା ଠିକଣାକୁ ଦେଖି ରାଗି ଯାଇଥିଲେ । ଅତିକ୍‌ ନିଜ ପ୍ରୋଫାଇଲରେ ଘରର ଠିକଣା ଭାରତ ଅଧୀକୃତ କଶ୍ମୀର ବୋଲି ଲେଖିଥିଲେ । ଏହାକୁ ଦେଖିବା ପରେ ସୁଷମା ଭାରତରେ ଏମିତି କୌଣସି ସ୍ଥାନ ନାହିଁ । ଯଦି ଆପଣ ଜମ୍ମୁ-କଶ୍ମୀରର ବାସିନ୍ଦା,ତେବେ ଆମେ ଆପଣଙ୍କୁ ସହାୟତା ନିଶ୍ଚୟ କରିବୁ ବୋଲି ଟ୍ଵିଟ୍‌ କରିଥିଲେ । ସୁଷମାଙ୍କ ଏହି ଟ୍ଵିଟ୍‌ ପରେ ଅତିକ୍‌ ନିଜ ଠିକଣା ବଦଳାଇଥିଲେ । ଯାହାକୁ ଦେଖି ସୁଷମା ଖୁସି ହେବା ସହ ଫିଲିପାଇନ୍ସରେ ଥିବା ଭାରତୀୟ ଦୂତାବାସକୁ ଅତିକ୍‌ଙ୍କୁ ସାହାଯ୍ୟ କରିବା ପାଇଁ ନର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର