ମଧ୍ୟସ୍ଥି ସାଜିଛନ୍ତି ସୁଷମା ସ୍ୱରାଜ; ବର ଖୋଜୁଛନ୍ତି ପାକିସ୍ତାନ ଫେରନ୍ତା ଗୀତାଙ୍କ ପାଇଁ

ଭୋପାଳ: ପାକିସ୍ତାନରେ ଦୀର୍ଘ ୧୫ ବର୍ଷ ରହିବା ପରେ ୨୦୧୫ରେ ଭାରତକୁ ଫେରିଥିବା ମୂକ ଓ ବଧିର ଗୀତାଙ୍କ ପାଇଁ ମଧ୍ୟସ୍ଥି ସାଜିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ।

ଛୁଆଟି ବେଳୁ ଗୀତା ପାକିସ୍ତାନକୁ ଚାଲିଯାଇ ଅନ୍ୟତମ ପାକିସ୍ତାନୀ ଦାତବ୍ୟ ସଂସ୍ଥାନ ଏଧି ଫାଉଣ୍ଡେସନ୍‌ ତତ୍ତ୍ୱାବଧାନରେ ଥିଲା। ସେ ଭାରତକୁ ଫେରିବା ପର ଠାରୁ ତାଙ୍କ ପରିବାର ସହ ତାଙ୍କର ମିଳନ କରାଇବାର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ଅନେକ ପରିବାର ଆସି ଗୀତା ତାଙ୍କର ବୋଲି ଦାବି କରିଥିବା ସତ୍ତ୍ୱେ ସେ କାହାରିକୁ ଚିହ୍ନି ପାରି ନ ଥିଲେ।

ସ୍ୱରାଜଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହନ୍ତି: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ୨୦୧୭ ଅକ୍ଟୋବର ମାସରେ ଏକ ବୈଠକ ପରେ ସୁଷମା ସ୍ୱରାଜ ଗୀତାର ବିବାହର ପାଇଁ ଯୋଜନା ଘୋଷଣା କରିଥିଲେ। ଏପ୍ରିଲ୍‌ ୮ ତାରିଖ ଦିନ ସିଭିଲ୍‌ ସୋସାଇଟି ମେମ୍ବରମାନେ ଜଣେ ମୂକ ଓ ବଧିର ବରଙ୍କୁ ନେଇ ସ୍ୱରାଜଙ୍କ ଦିଲ୍ଲୀ ବାସଭବନରେ ସୁଷମା ସ୍ୱରାଜ ଓ ଗୀତାଙ୍କୁ ଭେଟିବାକୁ ଯାଇଥିଲେ।

ଗୀତା ସେ ପ୍ରସ୍ତବକୁ ଅଗ୍ରାହ୍ୟ କରି ଦେଇଥିଲେ। ଖୋଜାଖୋଜି ବ୍ୟାପକ କରିବାକୁ ସ୍ୱରାଜ ସେମାନଙ୍କୁ କହିବା ସହ ଅଧିକ ପ୍ରସ୍ତାବ ଆଣିବାକୁ କହିଥିଲେ। ଏଥିପାଇଁ ସେ ସମସ୍ତ ସହାୟତା କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଭାରତରୁ କୌଣସି ଟ୍ରେନ୍‌ରେ ଯାଇ ଗୀତା ପୂର୍ବ ପାକିସ୍ତାନର ସହର ଲାହୋରରେ ପ୍ରବେଶ କରିଥିଲା। ପୁଲିସ ତାକୁ ପାଇ ରାଷ୍ଟ୍ରାୟତ ଆଶ୍ରୟସ୍ଥଳକୁ ପଠାଇଥିଲା। ଖସି ପଳାଇବାକୁ ଉଦ୍ୟମ କରିବା ଏବଂ କର୍ମଚାରୀମାନଙ୍କ ସହ କଳହ କରିବାରୁ ତାଙ୍କୁ ଭିନ୍ନ ଭିନ୍ନ ଆଶ୍ରୟସ୍ଥଳରେ ନେଇ ରଖାଯାଉଥିଲା। ଶେଷରେ ସେ କରାଚିସ୍ଥିତ ଏଧି ଫାଉଣ୍ଡେସନ୍‌ରେ ରହିଥିଲେ।

ଏ ପର୍ଯ୍ୟନ୍ତ ୨୫ ଜଣ ବର ପାତ୍ରଙ୍କର ବାୟୋଡାଟା ମିଳିଲାଣି। ସେଥିରେ ଅଛନ୍ତି ଜଣେ ସେନା ଅଧିକାରୀ, ଜଣେ ଜ୍ୟୋତିଷି, ଜଣେ ଔପନ୍ୟାସିକ, କେତେ ଜଣ ଇଞ୍ଜିନିୟର୍‌ ଏବଂ କୃଷକ। କାହିଁକି ଗୀତାଙ୍କୁ ବିଭା ହେବାକୁ ଆଗ୍ରହୀ ବୋଲି ପଚରା ଯାଇ, ସେମାନଙ୍କ ଉତ୍ତର ଭିତ୍ତିରେ ୧୫ ଜଣକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି। ଏହାର ଚୟନକର୍ତ୍ତା ହେଉଛନ୍ତି ସ୍ୱରାଜଙ୍କ ବ୍ୟକ୍ତିଗତ ସହକାରୀ। ଦେଖା ଯାଉ ଗୀତା ସେମାନଙ୍କ ମଧ୍ୟରୁ ଗୀତା କାହାକୁ ଚୟନ କରୁଛନ୍ତି।

ବରଙ୍କୁ ସରକାରୀ ଚାକିରି ଏବଂ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି।

ସମ୍ବନ୍ଧିତ ଖବର