‘ଇଏ ମୁଁ ହିଁ, ମୋର ଭୂତ ନୁହେଁ’ ବୋଲି ସୁଷମା କାହିଁକି କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ସର୍ବଦା ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ରହି ଆସିଥିବା ତଥା ଭାରତୀୟଙ୍କ ସମସ୍ୟାର ସମାଧାନ କରୁଥିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇଏ ‘ମୁଁ ହିଁ, ମୋର ଭୂତ ନୁହେଁ’ ବୋଲି ରବିବାର କହିଛନ୍ତି। ତେବେ ସେ ଏପରି ସେ କାହିଁକି କହିଛନ୍ତି ଆସନ୍ତୁ ଜାଣିବା।

Hindustan Times

ସୂଚନାଯୋଗ୍ୟ, ବିଜେପିର ‘ମୁଁ ବି ଚୌକିଦାର’ କ୍ୟାମ୍ପେନ୍‌ ଜରିଆରେ ନିଜ ନାମ ଆଗରେ ଚୌକିଦାର ଯୋଡ଼ିବା ପରେ ଲୋକମାନେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଛନ୍ତି। ଏହି କ୍ରମରେ ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ନିଶ୍ଚିତ ଭାବେ ଏହା ସୁଷମା ସ୍ୱରାଜ ନୁହେଁ, ଯିଏକି ଏହି ଟୁଇଟ କରିଛନ୍ତି। କୌଣସି ପିଆର ବ୍ୟକ୍ତି ଏହି କାମ କରୁଛି। ଯାହାକୁ ଏଥିପାଇଁ ଟଙ୍କା ବି ମିଳୁଛି।’

 

ଏହାର ଉତ୍ତରରେ ସୁଷମା ସ୍ୱରାଜ ଲେଖିଛନ୍ତି, ‘ବିଶ୍ୱାସ କରନ୍ତୁ, ଇଏ ମୁଁ ହିଁ, ମୋର ଭୂତ ନୁହେଁ।’ ତେବେ ଏହାପୂର୍ବରୁ ଜଣେ ବ୍ୟକ୍ତି ଚୌକିଦାର ଲଗାଇବା କାରଣ ପଚାରିଥିଲେ। ଏହାର ଉତ୍ତରରେ ସୁଷମା ଲେଖିଥିଲେ, ‘ଏହାର କାରଣ ହେଉଛି ମୁଁ ଭାରତୀୟଙ୍କ ହିତ ଓ ଭାରତ ବାହାରେ ରହୁଥିବା ଭାରତୀୟଙ୍କ ଚୌକିଦାର କାମ କରୁଛି।’

ସମ୍ବନ୍ଧିତ ଖବର