ଆତଙ୍କବାଦୀ ଦେଶ ପାକିସ୍ତାନକୁ କାବୁ ନକଲେ ତାହା ସାରା ବିଶ୍ୱକୁ ଗିଳିଦେବ : ଜାତିସଂଘରେ ସୁଷମାଙ୍କ ଚେତାବନୀ

ନ୍ୟୁୟର୍କ : ମିଳିତ ଜାତିସଂଘ ମଞ୍ଚରୁ ପୁଣି ଥରେ  ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ।  ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ପାକିସ୍ତାନ ଗୋଟିଏ ପଟେ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ଆତଙ୍କବାଦୀମାନଙ୍କୁ ଭାରତକୁ ପଠାଉଛି । ନିକଟରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପ୍ରସ୍ତାବକ୍ରମେ ଭାରତ କଥାବାର୍ତ୍ତା ପାଇଁ ରାଜି ହୋଇଥିଲା ।

କିନ୍ତୁ ସୀମାରେ ପାକ ସେନାଙ୍କ ବର୍ବର କାଣ୍ଡ ପରେ ଆଉ କଥାବାର୍ତ୍ତା କରିବାର ଅବକାଶ ହିଁ ନଥିଲା । ଯେଉଁ ଆତଙ୍କବାଦୀମାନେ ନିରୀହ ଲୋକଙ୍କ ହତ୍ୟା କରୁଛନ୍ତି ସେମାନଙ୍କୁ ପାକିସ୍ତାନ ଖୋଲାଖୋଲି ସମର୍ଥନ କରୁଛି, ସେମାନଙ୍କ ସ୍ମୃତିରେ ଡାକଟିକଟ ଜାରି କରୁଛି । ଆତଙ୍କବାଦ ସଂପର୍କରେ ଅନ୍ତର୍ଜାତୀୟ ସମୁଦାୟର  ଦୋହରା ନୀତିକୁ ସେ ସମାଲୋଚନା କରିଛନ୍ତି ।  ପାକିସ୍ତାନ ପରି ଆତଙ୍କବାଦୀ ଦେଶକୁ ଏବେଠାରୁ କାବୁ ନକଲେ ତାହା ସାରାବିଶ୍ୱକୁ ଗିଳିଦେବ । ଅନ୍ୟପକ୍ଷରେ  ଜାତିସଂଘର ସଂସ୍କାର ପାଇଁ ସମୟ ଆସିଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିଶ୍ୱଠାରୁ ଆଜିର ବିଶ୍ୱ ଅନେକ ବଦଳି ଯାଇଛି । ଆଜିର ବିଶ୍ୱ ପରିସ୍ଥିତିକୁ ଦେଖି ଜାତିସଂଘରେ ପରିବର୍ତ୍ତନ ନକରାଗଲେ ଏହା ଲିଗ ଅଫ ନେସନ ପରି ବିଫଳ ହୋଇଯିବ ବୋଲି ସେ ଚେତାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର