ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେବା ଚର୍ଚ୍ଚାକୁ ଗୁଜବ କହିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଲୋକସଭା ନିର୍ବାଚନ ନ ଲଢ଼ିବାପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ନ ପାଇବାପରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଗତ କିଛି ଦିନ ହେଲା ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେବା ଖବର ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ, ଏବେ ସୁଷମା ସ୍ୱରାଜ ନିଜେ ଏହି ଖବରକୁ ଖଣ୍ଡନ କରିଛନ୍ତି ।

ଟୁଇଟରରେ ଏହି ଖବର ଉପରେ ସଫେଇ ଦେଇ ସେ କହିଥିଲେ , “ମୋତେ ବିଦେଶ ମନ୍ତ୍ରାଳୟର କାର୍ଯ୍ୟଭାର ଛାଡିବା ପାଇଁ ଭାରତର ଉପ ରାଷ୍ଟ୍ରପତି ଶ୍ରୀ ଭେଙ୍କେୟା ନାଇଡୁଙ୍କ ଦ୍ୱାରା ଡକାଯାଇଥିଲା , ଯାହା ଟୁଇଟର ପାଇଁ ମୋତେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରିବା ପାଇଁ ଥିଲା ।” ଏହାପରେ ଆଉ ଗୋଟିଏ ଟୁଇଟ କରି ସେ ଏହି ଖବରକୁ ଗୁଜବ ବୋଲି କହିଥିଲେ ।

photo– firstpost

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଗୋଟିଏ ଟ୍ୱିଟ୍ ନେଇ ଆରମ୍ଭ ହୋଇଥିଲା ସସପେନ୍ସ , ଯେଉଁଥିରେ ସେ ସୁଷମାଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ହେବାପାଇଁ ଶୁଭେଚ୍ଛା ଜଣାଇଥିଲେ । ତେବେ ଏହାର କିଛି ସମୟ ପରେ ସେ ଏହି ଟୁଇଟକୁ ଡିଲିଟ୍ କରି ଦେଇଥିଲେ ।

ସମ୍ବନ୍ଧିତ ଖବର