କଂଗ୍ରେସ ବୁଡ଼ିଯାଉଥିବା ଜାହାଜ ଓ ଲାଲୁଙ୍କ ଯୁଗ ଆଉ ନାହିଁ: ବିଜେପି ନେତା ସୁଶୀଲ ମୋଦୀ

ନୂଆଦିଲ୍ଲୀ: ମିଶନ ୨୦୨୪ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ସୁପ୍ରିମୋ ଲାଲୁ ଯାଦବ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଆଉ ଏହାକୁ ନେଇ ବିଜେପିର ରାଜ୍ୟସଭା ସାଂସଦ ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଲାଲୁ ଯାଦବ ଏବଂ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ କଂଗ୍ରେସ ବର୍ତ୍ତମାନ ଏକ ବୁଡ଼ି ଯାଉଥିବା ଜାହାଜ ଓ ଏକ ଗଠବନ୍ଧନ କରି ନୀତୀଶ କୁମାର ଏଥିରେ ବୁଡ଼ିବାକୁ ଯାଉଛନ୍ତି।

ଲାଲୁ ଯାଦବଙ୍କୁ ନେଇ ସେ କହିଛନ୍ତି ଯେ ବର୍ତ୍ତମାନ ଲାଲୁଙ୍କ ଯୁଗ ଶେଷ ହୋଇଛି | ସୁଶୀଲ ମୋଦୀ କହିଛନ୍ତି ଯେ ସୋନିଆ ଗାନ୍ଧୀ ନୀତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଗ୍ରହଣ କରିବେ ନାହିଁ। କାରଣ, ତାଙ୍କ ପୁଅ ରାହୁଲ ଗାନ୍ଧୀ ନିଜେ ଭାରତ ଯୋଡ ଯାତ୍ରାରେ ଝାଳ ବୁହାଉଛନ୍ତି | କଂଗ୍ରେସ ମାତ୍ର ୨ଟି ରାଜ୍ୟରେ କ୍ଷମତାରେ ଅଛି | ପରବର୍ତ୍ତୀ ବିଧାନସଭା ନିର୍ବାଚନ ପରେ ସଫା ହୋଇଯିବ । ଏଭଳି ଦଳ ସହ ମେଣ୍ଟ କରି ନୀତୀଶ କୁମାରଙ୍କ ଅବସ୍ଥା ବହୁତ ଖରାପ ହେବ। ସେ କହିଛନ୍ତି ଯେ ଲାଲୁ ଯାଦବ ବର୍ତ୍ତମାନ ପ୍ରଚାର କରିବାରେ ସକ୍ଷମ ନୁହଁନ୍ତି। ତାଙ୍କର ଯୁଗ ବର୍ତ୍ତମାନ ଶେଷ ହୋଇଛି |

ସୁଶୀଲ ମୋଦୀ ମନେ ପକାଇ ଦେଇଛନ୍ତି ଯେ ୨୦୦୯ରେ ଆରଜେଡି କେବଳ ଚାରିଟି ସାଂସଦ ଆସନ ଜିତିଥିଲା। ୨୦୧୪ ରେ ମଧ୍ୟ ସେମାନଙ୍କ ସଂଖ୍ୟା ଚାରି ରହିଥିଲା ​​ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​ଆରଜେଡି ବିଲୋପ ହୋଇଯାଇଥିଲା। ଏହି ସମୟରେ ଲାଲୁ ଯାଦବ ଧୂଆଁଧାର ପ୍ରଚାର କରୁଥିଲେ | ବର୍ତ୍ତମାନ ସେ ପ୍ରଚାର କରିପାରିବେ ନାହିଁ |

ସମ୍ବନ୍ଧିତ ଖବର