ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଧାନବାଦ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ୍ ଉତ୍ତମ ଆନନ୍ଦଙ୍କ ସନ୍ଦିଗ୍ଧ ହତ୍ୟା ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ। ଏଥିସହିତ ତଦନ୍ତର ଅଗ୍ରଗତି ସଂପର୍କରେ ଝାଡ଼ଖଣ୍ଡ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ତଦନ୍ତର ଅନୁଧ୍ୟାନ ଝାଡ଼ଖଣ୍ଡ ହାଇକୋର୍ଟ ମଧ୍ୟ କରିବେ ବୋଲି ମଧ୍ୟ ସୁପ୍ରିମ କୋର୍ଟ କହିଛନ୍ତି। ଏହି ମାମଲାରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ ଭି ରମଣା କହିଛନ୍ତି, ଗତ ବୁଧବାର ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଯାଇଛି। ଉକ୍ତ ଘଟଣାରେ ଜଣେ ଏଡିଜେଙ୍କୁ ଗୋଟିଏ ଅଟୋ ଧକ୍କା ଦେଇଛି। ଉକ୍ତ ମାମଲାକୁ ଝାଡ଼ଖଣ୍ଡ ହାଇକୋର୍ଟ ମଧ୍ୟ ନିଜ ଆଡ଼ୁ ସଂଜ୍ଞାନକୁ ନେଇଛନ୍ତି। ଦେଶରେ ବିଚାରପତି ଓ ଆଇନଜୀବୀଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଉକ୍ତ ମାମଲାକୁ ନିଜ ଆଡ଼ୁ ସଂଜ୍ଞାନକୁ ନେଇଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟ ନିଜଆଡ଼ୁ ଉକ୍ତ ମାମଲାକୁ ସଂଜ୍ଞାନକୁ ନେଇଥିବା ଜାଣି ମଧ୍ୟ ସୁପ୍ରିମ କୋର୍ଟ ସଂଜ୍ଞାନକୁ ନେଇଛନ୍ତି ବୋଲି କହିଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟରେ ଚାଲିଥିବା ଉକ୍ତ ମାମଲାର ବିଚାର ପ୍ରକ୍ରିୟାରେ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରୁନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଧାନବାଦରେ ବିଚାରପତିଙ୍କୁ ଏକ ଅଟୋ ମଡ଼ାଇ ହତ୍ୟା କରିବା ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ ବିଚାରପତି ଆନନ୍ଦ ଏକ ଚଉଡ଼ା ରାସ୍ତାର ଗୋଟିଏ ପାର୍ଶ୍ବରେ ଜଗିଂ କରୁଥିଲେ। କିନ୍ତୁ ସେହି ସମୟରେ ତାଙ୍କୁ ଏକ ଅଟୋ ପିଟି ଦେଇ ଆଗକୁ ପଳାଇଥିଲା। ଘଟଣାସ୍ଥଳରେ ବିଚାରପତି ରକ୍ତାକ୍ତ ଅବସ୍ଥାରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ବିଚାରପତିଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ତାଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିବା ଡାକ୍ତର ଘୋଷଣା କରିଥିଲେ। ବିଚାରପତି ଆନନ୍ଦ ନିକଟରେ କେତେଜଣ ଜାମିନ ହାଇପ୍ରୋଫାଇଲ୍ ଜାମିନ ଆବେଦନକୁ ଖାରଜ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/supeeeeeeeeeee.jpg)