ନୂଆଦିଲ୍ଲୀ : ପବିତ୍ର ରମ୍ଜାନ ମାସରେ ଭାରତ ସରକାର ଅସ୍ତ୍ରବିରତି ଘୋଷଣା କରିବାକୁ ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ନିବେଦନ କରିଛନ୍ତି। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ ମଧ୍ୟ ବନ୍ଦ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ହୋଇପାରିଲେ ଅନ୍ତତଃ କଶ୍ମୀରବାସୀ ଗୋଟିଏ ମାସ ଶାନ୍ତିରେ ରହିପାରିବେ ବୋଲି ମୁଫ୍ତି କହିଛନ୍ତି। ଆତଙ୍କବାଦୀମାନେ ମଧ୍ୟ ରମ୍ଜାନ ମାସରେ ଆକ୍ରମଣ ନ କରି ଶାନ୍ତିର ରାସ୍ତା ଆପଣାଇବାକୁ ସେ କହିଛନ୍ତି।
ରମଜାନରେ ଅସ୍ତ୍ରବିରତି ପାଇଁ ନିବେଦନ କଲେ ମେହବୁବା ମୁଫ୍ତି
/sambad/media/post_attachments/wp-content/uploads/2019/05/mebooba.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)