ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କେୋପେୋରେଟିଭ ଟିଭ୍‌ ବ୍ୟାଙ୍କ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟ ଥୋମାସଙ୍କୁ ଶୁକ୍ରବାର ମୁମ୍ବାଇ ପୁଲିସ୍‌ର ଆର୍ଥିକ ଅପରାଧ ଶାଖା ଗିରଫ କରିଛି। ୪,୩୩୩ କୋଟି ଟଙ୍କାର ବ୍ୟାଙ୍କ୍‌ ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ପୂର୍ବରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ଆଜି ଗିରଫ କରାଯାଇଛି।

Advertisment

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇରେ ଥିବା ଜୟ ଥୋମାସଙ୍କର ୬ଟି ବାସସ୍ଥାନରେ ଚଢ଼ଉ କରିଛି। ଥୋମାସଙ୍କୁ ମୁମ୍ବାଇର ଆର୍ଥିକ ଅପରାଧ ଶାଖା(ଇଓଡବ୍ଲୁ)କୁ ଡକାଯାଇ ପଚରାଉଚରା କରାଯାଇଛି।

ପୂର୍ବରୁ ଗୁରୁବାର ଇଓଡବ୍ଲୁ ହାଉସିଂ ଡେଭଲପ୍‌ମେଣ୍ଟ୍‌ ଆଣ୍ଡ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ୍‌(ଏଚ୍‌ଡିଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚଳନା ନିର୍ଦ୍ଦେଶକ ରାକେଶ ଓ୍ଵାଧଓ୍ଵାନ ଏବଂ ତାଙ୍କୁ ପୁଅଙ୍କୁ ଏହି ମାମଲାରେ ଗିରଫ କରିଛି।

ପୁଳିସ୍‌ ସେମାନଙ୍କୁ ଗିରଫ କରି ଅକ୍ଟୋବର ୯ ପର୍ଯ୍ୟନ୍ତ ହେପାଜତ ରଖିଛି। ଆର୍‌ବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଲୁ ଆଇପିସି ଧାରା ୪୦୯, ୪୨୦, ୪୬୫, ୪୬୬ ଏବଂ ୪୭୧ ଅଧୀନରେ ମାମଲା ରୁଜ୍ଜୁ କରିଛି।