ବାରଣାସୀ: ଉତ୍ତର ପ୍ରଦେଶର ହାଇ ପ୍ରୋଫାଇଲ୍ ଆସନ ବାରଣାସୀ ଉପରେ ଏବେ ସମଗ୍ର ବିଶ୍ବର ନଜର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଆଜି ପରିସମାପ୍ତି ଘଟିଛି ଏବଂ କଂଗ୍ରେସ ଏହି ଆସନ ପାଇଁ ଦଳର ବରିଷ୍ଠ ନେତା ଅଜୟ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ଏସ୍ପି-ବିଏସ୍ପି-ଆଇଏନ୍ଏଲ୍ଡି ମହାମେଣ୍ଟ ପକ୍ଷରୁ ଶାଳିନୀ ଯାଦବଙ୍କୁ ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କରାଯାଇଛି । ଅଜୟ ରାୟ ୨୦୧୪ରେ ମଧ୍ୟ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ି ତୃତୀୟ ସ୍ଥାନରେ ରହିଥିଲେ।
୨୦୧୪ ନିର୍ବାଚନରେ ମୋଦୀଙ୍କୁ ୫ ଲକ୍ଷ ୮୧ ହଜାର ଭୋଟ୍ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ୨ ଲକ୍ଷ ୯ ହଜାର ଏବଂ କଂଗ୍ରେସ ପ୍ରାର୍ଥୀ ରାୟଙ୍କୁ ମାତ୍ର ୭୫ ହଜାର ଭୋଟ୍ ମିଳିଥିଲା। ଏବେ ବାରଣାସୀରେ ବିଜେପିର ସ୍ଥିତି ପୂବାପେକ୍ଷା ଯଥେଷ୍ଟ ମଜବୁତ ଥିବା ବେଳେ ଏଠାରେ କଂଗ୍ରେସ ପ୍ରିୟଙ୍କାକୁ ପ୍ରାର୍ଥୀ କରିବାକୁ ପଛଘୁଂଚା ଦେବାପରେ ମୋଦୀଙ୍କ ପାଇଁ ରାସ୍ତା ସହଜ ହୋଇଯିବ ବୋଲି କୁହାଯାଉଛି । ୨୦୧୪ ନିର୍ବାଚନରେ ଏସ୍ପି-ବିଏସ୍ପିର ମୋଟ ଭୋଟ୍ ମାତ୍ର ୧ ଲକ୍ଷ ୫ ହଜାରରେ ସୀମିତ ରହିଥିଲା। ଏଥର ଯଦି ମୁସ୍ଲିମ ଭୋଟର୍ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ତେବେ ମେଣ୍ଟର ଅବସ୍ଥା ଶୋଚନୀୟ ହେବ ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି।
ପ୍ରିୟଙ୍କାଙ୍କୁ ନେଇ ସସ୍ପେନ୍ସ ହଟିଲା
ଅଜୟ ରାୟ ବାରଣାସୀରୁ କଂଗ୍ରେସ ପ୍ରାର୍ଥୀ ମହାମେଣ୍ଟ ପ୍ରାର୍ଥୀ ହେଲେ ଶାଳିନୀ ଯାଦବ
/sambad/media/post_attachments/wp-content/uploads/2019/04/priyanka25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)