ନୂଆଦିଲ୍ଲୀ : ଏନ୍‌ସିପି ନେତା ଅଜିତ ପାୱାର ବିଜେପିରେ ଯୋଗ ଦେବେ ବୋଲି ଜୋର ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ମହାରାଷ୍ଟ୍ର ଶ୍ରମ ମନ୍ତ୍ରୀ ଉଦୟ ସାମନ୍ତ ଆଜି କହିଛନ୍ତି, ଅଜିତ ପାୱାର ଯଦି ବିଜେପି-ସେନା ମେଣ୍ଟରେ ଯୋଗ ଦେବେ ତେବେ ଆମେ ତାଙ୍କୁ ସ୍ବାଗତ କରିବୁ। ମନ୍ତ୍ରୀଙ୍କର ଏହି ଟିପ୍ପଣୀ ପରେ ଅଜିତ ପାୱାରଙ୍କ ଭବିଷ୍ୟତ ଯୋଜନା ନେଇ ସସପେନ୍ସ ବଢ଼ୁଛି।

Advertisment

ସୂଚନାନୁଯାୟୀ ଅଜିତ ପାୱାର ନିକଟରେ କିଛି କାର୍ଯ୍ୟକ୍ରମ ବାତିଲ କରିଛନ୍ତି ଏବଂ ତାଙ୍କ ଫୋନ୍‌ ମଧ୍ୟ ଲାଗୁନାହିଁ। କିନ୍ତୁ ଅଜିତ ପାୱାର ଏଭଳି ଦାବିକୁ ଭିତ୍ତିହୀନ କହିଛନ୍ତି। ଗତ ଶନିବାର ଦିନ ପାୱାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମୁମ୍ବାଇରେ ଭେଟିବାକୁ ମନା କରିଦେଇଥଲେ।