ମଧ୍ୟ ପ୍ରଦେଶରେ ସସ୍‌ପେନ୍ସ

ଦିନସାରା ଭୋଟ୍‌ ଗଣତି ଚାଲିଥିଲା ବେଳେ ମଧ୍ୟ ପ୍ରଦେଶକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା। ଭୋଟ୍‌ ଗଣତିରୁ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ବିଜେପି କିମ୍ବା କଂଗ୍ରେସକୁ ସ୍ପଷ୍ଟ ବହୁମତ ମିଳିପାରିନଥିଲା। ୨୩୦ ଆସନ ମଧ୍ୟରେ ୧୧୬ ମ୍ୟାଜିକ୍‌ ଅଙ୍କ ରହିଥିବା ବେଳେ କଂଗ୍ରେସ କିମ୍ବା ବିଜେପି ଏହାଠାରୁ ପଛରେ ରହିଯାଇଥିଲେ। ଶେଷ ମୁହୂର୍ତ୍ତରେ ବିଜେପି ୧୦୯ ଓ କଂଗ୍ରେସ ୧୧୪ ଆସନ ପାଇଥିଲା ବେଳେ ବିଏସ୍‌ପି ହାତରେ ୩ଟି ଆସନ ପଡ଼ିଥିଲା। ତେଣୁ ରାଜ୍ୟରେ ଝୁଲା ବିଧାନସଭା ନେଇ ଏକରକମ ସ୍ଥିର ହୋଇଯାଇଛି। ଅନ୍ତିମ ସମୟ ପର୍ଯ୍ୟନ୍ତ ସସ୍‌ପେନ୍ସ ଲାଗିରହିଥିଲା। ଶାସକ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ଫଳରେ ଦିନସାରା ଏହି ରାଜ୍ୟର ଭୋଟ୍‌ ଫଳାଫଳ ଉପରେ ଦେଶବାସୀଙ୍କ ନଜର ବାନ୍ଧି ହୋଇ ରହିଥିଲା।

ସମ୍ବନ୍ଧିତ ଖବର