ଦିଲ୍ଲୀର ସୀମାପୁରୀରୁ ମିଳିଲା ବିସ୍ଫୋରକ ସାମଗ୍ରୀ, ମିଳିଥିବା ଘରେ ରହୁଥିଲେ ୩-୪ଜଣ ଯୁବକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରୁ ମିଳିଲା ବିସ୍ଫୋରକ ସାମଗ୍ରୀ। ଆଜି ଅପରାହ୍ନରେ ଏକ ସନ୍ଦିଗ୍ଧ ବ୍ୟାଗ ଭିତରୁ ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ସୂଚନା ପାଇବା ପରେ ଦିଲ୍ଲୀ ପୁଲିସ, ସ୍ପେଶାଲ ସେଲ ଏବଂ ଏନଏସଜି ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରକ ସାମଗ୍ରୀକୁ ଅକାମୀ କରିଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୨ଟାରେ ଦିଲ୍ଲୀ ପୁଲିସ ସନ୍ଦେହଜନକ ବ୍ୟାଗ ବିଷୟରେ ସୂଚନା ପାଇଥିଲା। ସ୍ପେଶାଲ୍ ସେଲର ଅଧିକାରୀଙ୍କ କହିବାନୁସାରେ, ଏହି ବ୍ୟାଗ୍ ପୁରୁଣା ସୀମାପୁରୀର ଗୋଲ୍ଡସ୍ମିସ୍ ଛକରେ ଥିବା ଏକ ଘର ନମ୍ବର ଡି-୪୯ରେ ଦେଖିବାକୁ ମିଳିଥିଲା ​।

ସୂଚନା ମୁତାବକ, ଦିଲ୍ଲୀର ଗାଜିପୁରରେ ମିଳିଥିବା ଆରଡିଏକ୍ସ ମାମଲାର ଅନୁସନ୍ଧାନ ବେଳେ ସ୍ପେଶାଲ ସେଲର ଟିମ୍ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ପହଞ୍ଚିଥିଲେ। ଖୋଜାଖୋଜି ସମୟରେ ସେଠାରୁ ଏକ ସନ୍ଦେହଜନକ ବ୍ୟାଗ ମିଳିଥିଲା। ବ୍ୟାଗ ଭିତର ଦେଖିବା ପରେ ଭିତରୁ ବିସ୍ଫୋରକ ସାମଗ୍ରୀ ଥିବା ଜଣାପଡ଼ିଥିଲା। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଯେଉଁ କୋଠରୀରୁ ବ୍ୟାଗ ମିଳିଲା ସେହି କୋଠରୀରେ ୩-୪ ଜଣ ଯୁବକ ଭଡା ଘରେ ରହୁଥିଲେ, ଯେଉଁମାନେ ବର୍ତ୍ତମାନ ଫେରାର ଅଛନ୍ତି।

suspicious bag found on road in Old Seemapuri area Delhi ann
abplive

ଉଲ୍ଲେଖଯୋଗ୍ୟ, ଜାନୁଆରି ୧୪ରେ ଗାଜିପୁର ପନିପରିବା ବଜାରର ଗେଟ୍ ବାହାରେ ଏକ ବ୍ୟାଗ୍ ମିଳିଥିଲା। ଏହା ପରଠାରୁ ଆତଙ୍କବାଦୀଙ୍କ ଆକ୍ରମଣ ନେଇ ଗୁଇନ୍ଦା ସୂଚନା ମିଳୁଥିବାରୁ ପୁଲିସ ଦିଲ୍ଲୀରେ ଛାନଭିନ୍ ଜୋରଦାର କରୁଛି।

ସମ୍ବନ୍ଧିତ ଖବର