ବାଗପତ : ଉତ୍ତରପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଆତ୍ମାରାମ ତୋମର (୭୫)ଙ୍କର ତାଙ୍କ ବାସଭବନରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ୧୯୯୭ରେ କଲ୍ୟାଣ ସିଂହ ସରକାରରେ ସେ ମନ୍ତ୍ରୀ ପଦରେ ରହିଥିଲେ। ପୁଲିସ ସୂଚନାନୁଯାୟୀ ତୋମର ତାଙ୍କ ବାସଭବନରେ ଏକୁଟିଆ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି। ଘରର କବାଟ ବାହାର ପଟୁ ବନ୍ଦ ଥିଲା। ତୋମରଙ୍କ ମୁହଁରେ ରକ୍ତ ଦାଗ ଏବଂ ଆଘାତ ଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ସିସିଟିଭି ଫୁଟେଜ୍ରୁ ଦେଖିବାକୁ ମିଳିଛି ଯେ, ଗୁରୁବାର ସନ୍ଧ୍ୟାରେ ମୋଟରସାଇକେଲ୍ରେ ଆସିଥିବା ୨ ଜଣ ଲୋକ ତୋମରଙ୍କ ଘରେ ପଶିଥିଲେ ଏବଂ ସେମାନେ ପାଖାପାଖି ୪୫ ମିନିଟ୍ ପରେ ବାହାରିଥିଲେ। ତୋମରଙ୍କ ଘରେ ଥିବା ଏକ ଏସ୍ୟୁଭି ଏବଂ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଚୋରି ହୋଇଯାଇଛି। ମିରଟ୍ରେ ରହୁଥିବା ତୋମରଙ୍କ ବଡ଼ ପୁଅ ପ୍ରତାପ ତୋମର ପୁଲିସକୁ ଫୋନ୍ କରି ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଥିଲେ।
ପୂର୍ବତନ ମନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2021/09/atmaram-tomar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)