‌ନୂଆଦିଲ୍ଲୀ: ନୋଏଡାର କୈଳାସ ହସ୍ପିଟାଲରେ ବୋମା ଥିବା ନେଇ ସନ୍ଦିଗ୍ଧ ଫୋନ କଲ ଆସିବା ପରେ ଶୁକ୍ରବାର ସକାଳେ ସେକ୍ଟର-୬୩ରେ ବୋମା ଥିବା ଖବର ମିଳିଥିଲା। ଏହି ସୂଚନା ମିଳିବା ପରେ ଘଟଣାସ୍ଥଳରେ ଏକ ପ୍ରକାର ଭୟର ବାତାବରଣ ଖେଳିଯାଇଥିଲା।

Advertisment

ସେଠାରେ ଲୋକଙ୍କ ଯାତାୟତକୁ ବନ୍ଦ କରି ଦିଆଯାଇଥିଲା। ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ଡକା ଯାଇଥିଲା। ପ୍ରାରମ୍ଭିକ ଯାଞ୍ଚରେ ସେଠାରେ କୌଣସି ପ୍ରକାର ବୋମା କି ବିସ୍ଫୋରକ ପଦାର୍ଥ ମିଳି ନଥିଲା।

ଏହାପୂର୍ବରୁ ଗୁରୁବାର ସନ୍ଧ୍ୟାରେ ପୁଲିସ କ‌ଣ୍ଟ୍ରୋଲ ରୁମକୁ ଫୋନ ଆସିଥିଲା କି କୈଳାସ ହସ୍ପିଟାଲରେ ବୋମା ଅଛି। ହସ୍ପିଟାଲ ପ୍ରଶାସନଠାରୁ ସୂଚନା ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକାରୀ ଦଳ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ହସ୍ପିଟାଲ ବେସମେଣ୍ଟ ଓ ଗ୍ରାଉଣ୍ଡ ଫ୍ଲୋରକୁ ତୁରନ୍ତ ଖାଲି କରି ଦିଆଯାଇଥିଲା।

ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ନୀରିକ୍ଷଣ କରିବା ପରେ ଅଧିକାରୀଙ୍କୁ ଘଟଣାସ୍ଥଳରୁ କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ମିଳି ନଥିଲା। ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇପାରି ନଥିଲା କି ଏହି ମିଥ୍ୟା କଲକୁ କିଏ କରିଥିଲା। ନୋଏଡା ପୁଲିସ ଏହି ଘଟଣାର ଯାଞ୍ଚ କରିବା ସହିତ ସନ୍ଦିଗ୍ଧ କଲ କିଏ କରିଥିଲେ ସେ ନେଇ ଖୋଲତାଡ଼ ଆରମ୍ଭ କରିଛି।