ନୂଆଦିଲ୍ଲୀ: କିଛି ସନ୍ଦିଗ୍ଧ ପ୍ୟାକେଜ୍ ପହଞ୍ଚିବା ଯୋଗୁଁ ଅଷ୍ଟ୍ରେଲିଆର ମେଲ୍ବର୍ଣ୍ଣ ଠାରେ ଥିବା ଭାରତୀୟ କନ୍ସୁଲେଟ୍ରୁ ଅଳ୍ପ ସମୟ ପାଇଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏକା ଭଳି ସନ୍ଦିଗ୍ଧ ପ୍ୟାକେଜ୍ଗୁଡ଼ିକୁ ଅଷ୍ଟ୍ରେଲିଆର ଦ୍ୱିତୀୟ ବୃହତ୍ ସହର ମେଲ୍ବର୍ଣ୍ଣ ଏବଂ ରାଜଧାନୀ କାନ୍କେରା ଠାରେ ଥିବା ଅନ୍ୟ କନ୍ସୁଲେଟ୍ଗୁଡ଼ିକୁ ମଧ୍ୟ ପଠାଯାଇଛି।
ଦି ଅଷ୍ଟ୍ରେଲିଆନ ନାମକ ଖବରକାଗଜ ରିପୋର୍ଟ ଅନୁସାରେ, ଭାରତ, ଇଂଲଣ୍ଡ, ନିଉଜିଲାଣ୍ଡ୍, ଜାପାନ, ପାକିସ୍ତାନ. ଦକ୍ଷିଣ କୋରିଆ, ଜର୍ମାନି, ଗ୍ରିସ୍, ସ୍ପେନ୍, ସିଚେଲ୍ସ୍, ସ୍ୱିଜର୍ଲାଣ୍ଡ୍, କ୍ରୋଏସିଆ ଏବଂ ଇଜିପ୍ଟ୍ ଆଦି ଦେଶର କନ୍ସୁଲେଟ୍କୁ ଏହି ପ୍ୟାକେଜ୍ସବୁ ପଠାଯାଇଥିଲା।
କନ୍ସୁଲେଟ୍ କୋଠା ମଧ୍ୟରେ ପୁଲିସର ହଜ୍ମାତ୍ କ୍ରୁ ପ୍ରବେଶ କରିଥିବା ବେଳେ ଭାରତୀୟ କନ୍ସୁଲେଟ୍ କର୍ମଚାରିମାନେ ପଦାକୁ ଚାଲି ଆସିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର କନ୍ସୁଲେଟ୍ ମଧ୍ୟରେ ଏଥିରେ ପ୍ରଭାବିତ ହୋଇଛି ବୋଲି ଅନ୍ୟ ଏକ ରିପୋର୍ଟ କହିଛି। ମେଲ୍ବର୍ଣ୍ଣସ୍ଥିତ କୋରୀୟ ଦୂତାବାସରେ ପାରାମେଡିକ୍ମାନେ ପ୍ରବେଶ କରୁଥିବା କଥା ମଧ୍ୟ ଏକ ଭିଡିଓରେ ଦେଖାଯାଇଥିଲା।
ଅଷ୍ଟ୍ରେଲୀୟ ପୁଲିସ କହୁଛନ୍ତି, ଜରୁରୀକାଳୀନ ସେବା ଦ୍ୱାରା ପ୍ୟାକେଜ୍ଗୁଡ଼ିକୁ ଯାଞ୍ଚ କରାଯାଉଛି। ଘଟନାରେ ସମ୍ପୃକ୍ତ ପାରିପାର୍ଶ୍ୱିକ ପରିସ୍ଥିତିର ମଧ୍ୟ ତଦନ୍ତ କରାଯାଉଛି।
ଘଟନାରେ କୌଣସି କନ୍ସୁଲେଟ୍ର କୌଣସି କର୍ମଚାରୀଙ୍କର କ୍ଷତି ହୋଇଥିବା କଥା ସମ୍ପର୍କରେ କିଛି ଖବର ମିଳିନାହିଁ।