ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ଜିଅନ୍ତା ପୋଡ଼ିଦେଲେ

ଗୟା: ବିହାରର ଗୟା ଜିଲ୍ଲାରେ ଅନୁସୂଚିତ ଜାତିର ଜଣେ ମହିଳାଙ୍କୁ ପଡ଼ୋଶୀମାନେ ଗୁଣିଗାରେଡ଼ି ସନ୍ଦେହରେ ପୋଡ଼ି ମାରିଦେଇଛନ୍ତି। ଝାଡ଼ଖଣ୍ଡ ସୀମା ଜଙ୍ଗଲକୁ ଲାଗିଥିବା ମାୟଗ୍ରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଇମାମଗଞ୍ଜ ଏସ୍‌ଡିପିଓ ମନୋଜ ରାମ ମହିଳାଙ୍କ ଶବ ଜବତ କରିବା ସହ ଗୟା ନେଇ ପୋଷ୍ଟମର୍ଟମ କରାଇଛନ୍ତି। ରୀତା ନାମ୍ନୀ ମହିଳାଙ୍କୁ ପୋଡ଼ି ହତ୍ୟା କରିବା ଅଭିଯୋଗରେ ପୁଲିସ ୯ ଜଣ ମହିଳାଙ୍କ ନାମରେ ୩୦୨ ଓ ୪୩୬ ଦଫାରେ ମାମଲା ରୁଜୁ କରିବା ସହ ସେମାନଙ୍କୁ ଅଟକ ରଖିଛି।

ପ୍ରାୟ ମାସକ ତଳେ ଗ୍ରାମର ପରମେଶ୍ବର ଭୂୟାଁଙ୍କ ମୃତ୍ୟୁ ହୋଇଥିଲା। ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଁର ଅନ୍ଧବିଶ୍ବାସୀ ଲୋକମାନେ ଏଥିପାଇଁ ରୀତାଙ୍କୁ ଦାୟୀ କରିଥିଲେ। ରୀତା ହିଁ ଗୁଣିଗାରେଡ଼ି କରି ତାଙ୍କୁ ମାରିଦେଇଥିବା ସେମାନେ ଅଭିଯୋଗ କରିଥିଲେ। ସେବେଠାରୁ ରୀତା ଓ ପଡ଼ୋଶୀ ପରିବାର ଭିତରେ ଗଣ୍ଡଗୋଳ ଲାଗିରହିଥିଲା। ଶନିବାର ପଡ଼ୋଶୀ ଓ ଭୂୟାଁ ପରିବାର ଲୋକମାନେ ପାରମ୍ପରିକ ଅସ୍ତ୍ର ଦ୍ବାରା ରୀତାଙ୍କ ପରିବାରକୁ ଆକ୍ରମଣ କଲେ। ପରିବାର ଲୋକମାନେ ଜୀବନ ବିକଳରେ ନିକଟସ୍ଥ ଜଙ୍ଗଲକୁ ପଳାଇଥିବା ବେଳେ ରୀତା ଘର ଭିତରେ ଲୁଚିଥିଲେ। ପଡ଼ୋଶୀ ସ୍ତ୍ରୀଲୋକମାନେ ତାଙ୍କୁ ଘୋଷାରି ଘୋଷାରି ଘର ଭିତରୁ ବାହାର କରି ପିଟିପିଟି ବେହୋସ କରିଦେବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ।

ସମ୍ବନ୍ଧିତ ଖବର