ଲଣ୍ଡନ: ମିଆଁମାର୍ ନେତ୍ରୀ ଅଙ୍ଗସାନ ସୁକିଙ୍କୁ ୧୯୯୭ ମସିହାରେ ଦିଆଯାଇଥିବା ‘ଫ୍ରିଡମ୍ ଅଫ୍ ଅକ୍ସଫୋର୍ଡ’ ସମ୍ମାନ ଫେରାଇ ନିଆଯାଇଛି। ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମାମଲାରେ ସୁକି ସମୁଚିତ ପଦକ୍ଷେପ ଗ୍ରହଣ କରିନଥିବା ଏବଂ ଏଥିରେ ପକ୍ଷପାତ ନୀତି ଧରିଥିବାରୁ ଏହି ସମ୍ମାନ ଫେରାଇ ନିଆଯାଇଥିବା ସିଟି ଅଫ୍ ଅକ୍ସଫୋର୍ଡ କାଉନ୍ସିଲ ଘୋଷଣା କରିଛି। ସୋମବାର ପରିଷଦର ସଦସ୍ୟମାନେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରି ସୁକି ଏହି ସମ୍ମାନର ଆଉ ହକ୍୍ଦାର ନାହାନ୍ତି ବୋଲି କହିଥିଲେ। ଆଜି ପରିଷଦ ଆନୁଷ୍ଠାନିକ ଭାବେ ଏ ସଂପର୍କରେ ଘୋଷଣା କରିଛି। ମିଆଁମାରରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସୁକିଙ୍କ ଦୀର୍ଘକାଳୀନ ସଂଘର୍ଷ ନିମନ୍ତେ ତାଙ୍କୁ ଅକ୍ସଫୋର୍ଡ ଫ୍ରିଡମ୍ ସମ୍ମାନ ମିଳିଥିଲା।
ସୁକିଙ୍କ ଅକ୍ସଫୋର୍ଡ ସମ୍ମାନ ଫେରାଇ ନିଆଗଲା
ରୋହିଙ୍ଗ୍ୟା ପ୍ରସଙ୍ଗରେ
/sambad/media/post_attachments/wp-content/uploads/2017/10/NBT-image-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)