ଛତିଶଗଡ଼ ରାଜନନ୍ଦଗାଁ’ରେ ଏସ୍‌ୟୁଭି-ଟ୍ରକ୍‌ ଧକ୍କା; ଗୋଟିଏ ପରିବାରର ୧୦ ଜଣ ମୃତ, ୪ ଆହତ

ରାୟପୁର: ରବିବାର ପ୍ରତ୍ୟୁଷରେ ଛତିଶଗଡ଼ର ରାଜନନ୍ଦଗାଁ ଜିଲ୍ଲାରେ ଏକ ଚଳନ୍ତା ଟ୍ରକ୍‌ରେ ଗୋଟିଏ ସ୍ପୋର୍ଟସ୍‌ ୟୁଟିଲିଟି ଭେଇକ୍ଲ୍‌ ଧକ୍କା ଖାଇବାରୁ ଗୋଟିଏ ପରିବାରର ୧୦ ଜଣ ସଦସ୍ୟଙ୍କର ମୃତ୍ୟୁ ହେବା ସହ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ରାଜନନ୍ଦଗାଁ ଜିଲ୍ଲା ଅନ୍ତର୍ଗତ ନାଗପୁର-ରାୟପୁର ରାଜପଥର ସୋମାନି ଗାଁ ନିକଟରେ ଦୁର୍ଘଟନା ଘଟିଛି।

ପୀଡ଼ିତମାନେ ଦୁର୍ଗ ଜିଲ୍ଲାର। ଡୋଙ୍ଗାରଗଡ଼ ସହରରେ ଥିବା ମା ବାମଳେଶ୍ୱରୀ ମନ୍ଦିରରେ ନବରାତ୍ରୀ ଉପଲକ୍ଷେ ପୂଜାର୍ଚ୍ଚନା ସାରି ସେମାନେ ଫେରୁଥିଲେ ବୋଲି ରାଜନନ୍ଦଗାଁ’ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କାମଲୋଚନ କଶ୍ୟପ କହିଛନ୍ତି।

ପୁଲିସ କହେ, କୌଣସି ଗାଡ଼ିକୁ ଅତିକ୍ରମ କରି ଯିବା ସମୟରେ ଏସ୍‌ୟୁଭିଟି ଦୁର୍ଘଟନାଗ୍ରସ୍ତ ହୋଇଥିବା ପରି ମନେହେଉଛି। ଘଟନାସ୍ଥଳରୁ ଟ୍ରକ୍‌ ଡ୍ରାଇଭର୍‌ ଫେରାର୍‌ ହୋଇ ଯାଇଛି।

ଘନଟାସ୍ଥଳରେ ପୁଲିସ ତୁରନ୍ତ ପହଞ୍ଚିବା ପରେ ସେଠାରେ ୯ ଜଣ ମରିଯାଇଥିଲେ, ଅନ୍ୟ ଜଣେ ଆହତ ଅବସ୍ଥାରେ ଚିକିତ୍ସିତ ହେବା ସମୟରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଏସ୍‌ପି କହୁଛନ୍ତି।

ସମ୍ବନ୍ଧିତ ଖବର