ଜିପିଏସ୍‌କୁ ଅନ୍ଧ ଭାବେ ବିଶ୍ୱାସ କରି ବରଫ ଜମାଟ ବାନ୍ଧିଥିବା ହ୍ରଦରେ ଫସିଗଲେ ଏସ୍‌ୟୁଭି ଚାଳକ

ନୂଆଦିଲ୍ଲୀ : ଆଜିକାଲି ଲୋକେ କିଛି ବି କାମ କରିବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛନ୍ତି। କିଛି ଅଜଣା ସ୍ଥାନକୁ ଯିବା ପାଇଁ ମଧ୍ୟ ଟେକ୍ନୋଲୋଜି ଆମକୁ ସାହାଯ୍ୟ କରୁଛି । କିନ୍ତୁ ଟେକ୍ନୋଲୋଜିକୁ ଅନ୍ଧଭାବେ ବିଶ୍ୱାସ କରିବା ମଧ୍ୟ ଉଚିତ୍‌ ନୁହେଁ । କାରଣ ସବୁ ଜିନିଷରେ କିଛି ଭଲ ଥିଲେ କିଛି ଖରାପ ମଧ୍ୟ ଥାଏ । ଟେକ୍ନୋଲୋଜିକୁ ବ୍ୟବହାର କରିବାଟା ଠିକ୍‌ କିନ୍ତୁ ତା’ ଉପରେ ଅନ୍ଧ ଭଳି ଭରସାା କରିବା ଠିକ୍‌ ନୁହେଁ । ସେଭଳି ଏକ ଘଟଣା ଘଟିଥିଲା ଉତ୍ତରପୂର୍ବ ଭର୍ମୋଟ ରାଜ୍ୟରେ । ଜିପିଏସ୍‌ ଉପରେ ଅନ୍ଧ ଭାବେ ଭରସା କରି ଜଣେ ଲୋକ ନିଜ ଏସ୍‌ୟୁଭି କାର୍‌କୁ ଏକ ବରଫ ଜମାଟ ବାନ୍ଧିଥିବା ହ୍ରଦ ଭିତରକୁ ନେଇ ଯାଇଥିଲେ । ଚାଳକ ଜଣଙ୍କ ବରଫ ଜମାଟ ବାନ୍ଧିଥିବା ହ୍ରଦକୁ ରାସ୍ତା ଭାବି ତା’ ଭିତରକୁ ଗାଡ଼ି ନେବା ଫଳରେ ବରଫ ହ୍ରଦଟି ଭାଙ୍ଗିବାକୁ ଲାଗିବା ସହ ଗାଡ଼ିଟି ହ୍ରଦ ଭିତରେ ଫସିଯାଇଥିଲ ।

ଏହି ଘଟଣା ଘଟିବା ସମୟରେ କାର୍‌ ମଧ୍ୟରେ ଚାଳକଙ୍କ ସମେତ ଦୁଇ ଜଣ ଥିଲେ । ଗାଡ଼ିଟି ହ୍ରଦରେ ପଶିଯିବା ପରେ ସେଥିରେ ଥିବା ୩ ଜଣ ଜୀବନ ବିକଳରେ ଗାଡ଼ି ଭିତରୁ ବାହାରକୁ ପଳାଇ ଆସିଥିଲେ । କିନ୍ତୁ ଗାଡ଼ିଟି ହ୍ରଦ ମଧ୍ୟରେ ସେଭଳି ଭାବରେ ବୁଡ଼ି ରହିଥିଲା । ଜାନୁୟାରି ୧୨ରେ ଏହି ଘଟଣା ଘଟିଥିବା ବେଳେ ଗତ ଜାନୁୟାରି ୨୨ରେ ଏହି ଗାଡ଼ିକୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ, ଚାଳକ ଜଣଙ୍କ ଲୋକେସନ ଜାଣିବା ପାଇଁ ଗୁଗଲ୍‌ ଦ୍ୱାରା ଚାଳିତ େଓ୍ଵଜ୍‌ ଆପ୍‌କୁ ବ୍ୟବହାର କରିଥିଲେ । ଏହି ଆପ୍‌ ଚାଳକଙ୍କୁ କିପରି ଭାବେ ଭୁଲ ଦିଗ ଜଣାଇଲା ବୋଲି ଗୁଗଲ୍‌ ଏ ପର୍ଯ୍ୟନ୍ତ କିଛି ସଠିକ୍‌ ଜବାବ ଦେଇ ପାରି ନାହିଁ ।

ସମ୍ବନ୍ଧିତ ଖବର