ମୁକେଶ ଅମ୍ବାନୀଙ୍କ ଘର ତଳୁ ମିଳିଲ‌ା ବିସ୍ଫୋରକ ଭର୍ତ୍ତି ଗାଡ଼ି, ସୁୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ: ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ବାସଭବନ ଆଣ୍ଟିଲିଆ ତଳୁ ଏକ ବିସ୍ଫୋରକ ଭର୍ତ୍ତିି ଗାଡ଼ି ଜବତ କରାଯାଇଛି। ଜବତ ହୋଇଥିବା ଏସୟୁଭିରୁୁ ୨୦ଟି ଜିଲୋଟିନ ମିଳିଛି। ଖବର ପାଇ ମୁମ୍ବାଇ ପୁଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ପରେ ଅମ୍ବାନୀଙ୍କ ଘର ବାହାରେ ସୁୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି।

ସୂଚନା ମୁତାବକ, ଘର ବାହାରେ ଏସୟୁଭି ରହିଥିବା ଦେଖି ସନ୍ଦେହ ହେବାରୁ ଅମ୍ବାନୀଙ୍କ ଘରର ସୁରକ୍ଷାକର୍ମୀମାନେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। ଏହା ପରେ ମୁମ୍ବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ମୁମ୍ବାଇ ପୁଲିସର ସନ୍ଧାନୀ କୁକୁର ଏବଂ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି କାରର ଯାଞ୍ଚ ଆରମ୍ଭ କରିଥିଲେ।

indiatoday

ଯାଞ୍ଚ ବେଳେ ବୋମା ନିଷ୍କ୍ରିୟକାରୀ ସ୍କ୍ବାର୍ଡକୁ କାର ଭିତରେ ୨୦ଟି ଜିଲୋଟିନ୍ ମିଳିବା ପରେ ମୁମ୍ବାଇ ପୁଲିସର ସନ୍ଧାନୀ କୁକୁରକୁ ଘଟଣାସ୍ଥଳକୁ ପଠାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଜିଲୋଟିନ୍ ମିଳିବା ନେଇ ସ୍ପଷ୍ଟ କରିବା ସହ ଗାଡ଼ି ଭିତରେ ୨୦ଟି ଜିଲୋଟିନ୍ ଥିବା ନିଶ୍ଚିତ କରିଛନ୍ତି।

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ କାର ଭିତରୁ ଜିଲୋଟିନ୍ ମିଳିଥିବା ନିଶ୍ଚିତ କରିଛନ୍ତି ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି ବୋଲି କହିଛନ୍ତି। ଘଟଣା ପରେ କିଏ ଏହି କାରଟିକୁ ଆଣି ଏଠାରେ ପାର୍କ କଲା, ତତାହା ଜାଣିବା ପାଇଁ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର