ସ୍ବଚ୍ଛ ଭାରତ( ଗ୍ରାମୀଣ) ଯୋଜନା: ୮ ବର୍ଷରେ ମିଳିଛି ୨୬୮.୪୧ କୋଟି

ଏନ୍‌ଟିପିସି ଲାରା ପାଇଁ କୌଣସି ଜମି ଅଧିଗ୍ରହଣ ହୋଇନାହିଁ

ନୂଆଦିଲ୍ଲୀ : ଓଡ଼ିଶାକୁ ୨୦୧୪-୧୫ ରୁ ୨୦୨୧-୨୨ ପର୍ଯ୍ୟନ୍ତ ସ୍ବଚ୍ଛ ଭାରତ ( ଗ୍ରାମୀଣ) ଯୋଜନାରେ ମିଳିଛି ୨୬୮.୪୧ କୋଟି ଟଙ୍କା । ଆଜି ଲୋକସଭାରେ ବିଜେଡି ସାଂସଦ ମହେଶ ସାହୁଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଆବାସ ଓ ସହରାଂଚଳ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର। ୨୦୧୯-୨୦ରେ ସର୍ବାଧିକ ୧୦୦.୪୫ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରି କହିଛନ୍ତି, ଏହି ଯୋଜନାରେ ଢେଙ୍କାନାଳରେ ୩,୨୯୦ ଓ ଅନୁଗୁଳରେ ୬୫୭ ପରିବାରଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ଢେଙ୍କାନାଳରେ ୧୪୫ଟି ତଥା ଅନୁଗୁଳରେ ୪୮ଟି ସାର୍ବଜନୀନ ଶୌଚାଳୟ ଏବଂ ଢେଙ୍କାନାଳରେ ୮୦ଟି ଓ ଅନୁଗୁଳରେ ୩୬ ଟି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସୂଚନା ଦେଇଛନ୍ତି।

ଏନ୍‌ଟିପିସି ଲାରା ପାଇଁ କୌଣସି ଜମି ଅଧିଗ୍ରହଣ ହୋଇନାହିଁ
ନୂଆଦିଲ୍ଲୀ : ଓଡ଼ିଶାରେ ଏନ୍‌ଟିପିସି ଲାରା ପାଇଁ କୌଣସି ଜମି ଅଧିଗ୍ରହଣ କରାଯାଇନାହିଁ। ତେଣୁ ଝାରସୁଗୁଡ଼ା ଲଖନପୁର ଗ୍ରାମର କେହି ପ୍ରଭାବିତ ହୋଇନାହାନ୍ତି ବୋଲି ଆଜି ଲୋକସଭାରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଆରକେ ସିଂହ ବିଜେପି ସାଂସଦ ସୁରେଶ ପୁଜାରୀଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି। ଏନ୍‌ଟିପିସି ଲାରା କର୍ପୋରେଟ୍‌ ସୋସିଆଲ୍‌ ରେସପନ୍‌ସବିଲିଟି (ସିଏସ୍‌ଆର୍‌)ରେ ଏହା ଆସୁନାହିଁ। ଅନ୍ୟ ପକ୍ଷରେ ପ୍ରକଳ୍ପ ପ୍ରଭାବିତ ଗାଁଗୁଡ଼ିକରେ ପୁନର୍ବାସ ଓ ଥଇଥାନ ଯୋଜନା କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି।

ସମ୍ବନ୍ଧିତ ଖବର