ଡାଇରିଆଜନିତ ମୃତ୍ୟୁରୁ ୧. ୮ ଲକ୍ଷ ଲୋକଙ୍କୁ ରକ୍ଷା କରିଛି ‘ସ୍ୱଚ୍ଛ ଭାରତ ମିସନ୍‌’

ନୂଆଦିଲ୍ଲୀ: ମଫସଲ ଅଞ୍ଚଳରେ ମୁଖ୍ୟତଃ ଶୌଚାଳୟ ତିଆରି ଉପରେ ଧ୍ୟାନ ଦେଉଥିବା ‘ସ୍ୱଚ୍ଛ ଭାରତ ମିସନ୍‌’ ଆରମ୍ଭ ହେବା ପର ଠାରୁ ଅନ୍ୟୂନ ୧. ୮ ଲକ୍ଷ ଡାଇରିଆଜନିତ ମୃତ୍ୟୁକୁ ଆଡ଼େଇବା ସମ୍ଭବ ହୋଇଥିବା କଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆକଳନ କରିଛି। ଶୁକ୍ରବାର ଦିନ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ଯଦି ଏହି ଯୋଜନା ଦ୍ୱାରା ୨୦୧୯ ସୁଦ୍ଧା ପ୍ରତ୍ୟେକ ଘର ଲାଗି ଶୌଚାଳୟ ଲକ୍ଷ୍ୟ ପୂରଣ କରିପାରେ ତେବେ ଅନ୍ୟୂନ ୩ ଲକ୍ଷ ଜୀବନ ବଞ୍ଚାଇ ହେବ। ଶୁକ୍ରବାର ସୁଦ୍ଧା ପାନୀୟ ଜଳ ଏବଂ ପରିମଳ ମନ୍ତ୍ରାଳୟ ଦାବି କରିଛି ଯେ ଗ୍ରାମଗୁଡ଼ିକରେ ଥିବା ୮୯% ଘରେ ଶୌଚାଳୟ ନିର୍ମାଣ ସରିଛି।

ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ କହିଛି, ୨୦୧୪ ପୂର୍ବରୁ ବିପଜ୍ଜନକ ପରିମଳ ଯୋଗୁଁ ବାର୍ଷିକ ୧୯୯ ନିୟୁତ ଡାଇରିଆ ସଂକ୍ରମଣ ଘଟୁଥିଲା।
‘ରାପିଡ୍‌ ସର୍ଭେ ଅଫ୍‌ ଚିଲ୍‌ଡ୍ରେନ୍‌’ ଏବଂ ‘ନେସ୍‌ନାଲ୍‌ ଫ୍ୟାମିଲି ହେଲ୍‌ଥ୍‌ ସର୍ଭେ ଆଣ୍ଡ୍‌ ସ୍ୱଚ୍ଛ ଭାରତ ମିସନ୍‌’ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତଥ୍ୟ ସଂଗ୍ରହ କରି ଏକଥା ପ୍ରକାଶ କରିଥାଇ ପାରେ ବୋଲି ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର