ଭୋପାଳ: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଆଜି ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ‘ଜାତିର ଜନକ’ କହିବା ପରିବର୍ତ୍ତେ ’ଜାତିର ପୁତ୍ର’ ବୋଲି କହି ସାଧ୍ବୀ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ସାଧ୍ବୀ ଗଣମାଧ୍ୟମରେ କହିଛନ୍ତି, ମହାତ୍ମା ଗାନ୍ଧୀ ହେଉଛନ୍ତି ‘ରାଷ୍ଟ୍ରପୁତ୍ର’ ଯାହାଙ୍କୁ ଦେଶ ସବୁବେଳେ ଏବଂ ସବୁ ସମୟରେ ଭଲପାଇବା ଏବଂ ମନେ ରଖିବା ଆବଶ୍ୟକ। ବିଜେପିର ଗାନ୍ଧୀ ସଂକଳ୍ପ ଯାତ୍ରାରେ ସାଧ୍ବୀ କାହିଁକି ସାମିଲ ହୋଇନାହାନ୍ତି ବୋଲି ଏକ ପ୍ରଶ୍ନର ଉତ୍ତର ରଖି ସାଧ୍ବୀ କହିଛନ୍ତି, ଗାନ୍ଧୀ ହେଉଛନ୍ତି ଜାତିର ପୁତ୍ର ଏବଂ ମୁଁ ତାଙ୍କୁ ପ୍ରଶଂସା କରେ। ଏବାବଦରେ ଅଧିକ କିଛି ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ । ଉଲ୍ଲେଖଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନ ସମୟରେ ସାଧ୍ବୀ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡ଼ସେଙ୍କୁ ପ୍ରଶଂସା କରି ବିଜେପିର ଅଡ଼ୁଆ ବଢ଼ାଇ ଦେଇଥିଲେ। ଗଡ଼ସେଙ୍କୁ ଦେଶଭକ୍ତ କହି ସେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ।
ସାଧ୍ବୀ ପ୍ରଜ୍ଞାଙ୍କ ପୁଣି ଏକ ବିବାଦୀୟ ବୟାନ; ମହାତ୍ମା ଗାନ୍ଧୀ ‘ଜାତିର ପୁତ୍ର’
/sambad/media/post_attachments/wp-content/uploads/2019/05/swadhi-pragya-singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)