ଓଡ଼ିଶାର ୧୦ ଜିଲ୍ଲାରେ ଆରମ୍ଭ ହେବ ସ୍ୱଜଳ ଯୋଜନା

ନୂଆଦିଲ୍ଲୀ : ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ପକ୍ଷରୁ ସ୍ୱଜଳ ଯୋଜନା ଆରମ୍ଭ କରାଯିବ। ଏନେଇ ମନ୍ତ୍ରାଳୟ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ଦିଆଯିବ। ଏହି ଯୋଜନାକୁ ତ୍ୱରାନ୍ଵିତ କରିବା ପାଇଁ ସେପ୍ଟେମ୍ବର ୪ରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର