ମହଙ୍ଗା ପଡିଲା ସନାତନ ଧର୍ମ ବିରୋଧୀ ଟିପ୍ପଣୀ, ଝାଡ଼ଖଣ୍ଡରେ ସ୍ୱାମୀ ଅଗ୍ନିବେଶଙ୍କ ଉପରେ ଆକ୍ରମଣ

ପାକୁର (ରାଞ୍ଚି) : ଆତ୍ମଘୋଷିତ ଆଧ୍ୟାତ୍ମିକ ଓ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କୁ ଝାଡ଼ଖଣ୍ଡର ପାକୁର ଠାରେ ବିଜେପି ଯୁବାମୋର୍ଚ୍ଚାର କର୍ମୀମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ସେ ରହୁଥିବା ହୋଟେଲରୁ ବାହାରି ଏକ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ସେଠାରେ ଜମା ହୋଇଥିବା ଲୋକମାନେ ତାଙ୍କୁ ଅସଦାଚରଣ କରିବା ସହ ମାଡ ମାରିଥିବା ଜଣାଯାଇଛି । କିଛି ଦିନ ତଳେ ସେ ସନାତନ ଧର୍ମ ବିଷୟରେ କେତେକ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ ସେ କଠୋରପନ୍ଥୀ ହିନ୍ଦୁ ଗୋଷ୍ଠୀମାନଙ୍କ ଟାର୍ଗେଟରେ ଥିଲେ ।

ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଦେଶରେ ଉତ୍ୟକ୍ତ ଲୋକମାନେ ଏକାଠି ହୋଇ ଆଇନକୁ ହାତକୁ ନେଉଥିବାରୁ ସୁପ୍ରିମକୋର୍ଟ ଆଜି ଚିନ୍ତା ପ୍ରକଟ କରିଥିବାବେଳେ, ପୁଣି ଏପରି ଏକ ଘଟଣା ଘଟିଛି । ଦେଶରେ ଗୁଜବକୁ ବିଶ୍ୱାସ କରି ଲୋକମାନେ ଅଚିହ୍ନା ଲୋକଙ୍କୁ ପିଟି ପିଟି ମାରିଦେଉଛନ୍ତି, ଗୋରକ୍ଷକ ସାଜି ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି । ଏହାକୁ ନେଇ ସୁପ୍ରିମକୋର୍ଟ ତାଗିଦ କରିବା ସହ ଏସବୁ ଲୋକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର