ସମାଜସେବୀ ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ

ନୂଆଦିଲ୍ଲୀ : ପ୍ରଖ୍ୟାତ ସମାଜସେବୀ ତଥା ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନୀବେଶଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଗୁରୁତର ଅସୁସ୍ଥତା ଯୋଗୁଁ ସେ ଗତ କିଛି ଦିନହେଲା ଦିଲ୍ଲୀର ଲିଭର ଏଣ୍ଡ ବିଲିଆରୀ ସାଇନ୍ସେସ (ଆଇଏଲବିଏସ)ରେ ଚିକିତ୍ସିତ ହେଉଥିଲେ । ଲିଭର ସୋରିଓସିସ, କିଡନୀ ଆଦି ରୋଗରେ ସେ ଦୀର୍ଘଦିନ ପୀଡ଼ିତ ଥିଲେ । ଶୁକ୍ରବାରଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଓ ସଂଧ୍ୟା ୬ଟା ବେଳେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା । ଶନିବାର ଅପରାହ୍ଣରେ ତାଙ୍କର ଶେଷକୃତ୍ୟ ଗୁରୁଗ୍ରାମରେ କରାଯିବ ।

ଗତ ୨୦୧୮ରେ କେତେକ ବିଜେପି ଓ ବିଶ୍ୱ ହିନ୍ଦୁପରିଷଦ କର୍ମୀଙ୍କ ଦ୍ୱାରା ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହାକୁ ନେଇ ସେ ଚର୍ଚ୍ଚାରେ ରହିଥିଲେ । ଝାଡ଼ଖଣ୍ଡରେ ଖ୍ରୀଷ୍ଟିଆନ ମିସନାରୀଙ୍କ ପ୍ରତି ତାଙ୍କ ସମର୍ଥନକୁ ନେଇ ଏହି ଆକ୍ରମଣ କରାଯାଇଥିଲା ବୋଲି ସେତେବେଳେ କୁହାଯାଇଥିଲା । ଆନ୍ନା ହଜାରେଙ୍କ ଆନ୍ଦୋଳନରେ ମଧ୍ୟ ସେ ଜଡ଼ିତ ଥିଲେ ।

ସମ୍ବନ୍ଧିତ ଖବର