ଚିନ୍ମୟାନନ୍ଦଙ୍କ ସପକ୍ଷରେ ବାହାରିଲେ ବିବାଦୀୟ ବାବା ସ୍ୱାମୀ ଓମ୍‌, କହିଲେ; ମାଲିସ୍‌ କରିବା କୌଣସି ଅପରାଧ ନୁହେଁ

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ଉପରେ ଜଣେ ସ୍ନାତକୋତ୍ତର ଛାତ୍ରୀ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଦିନକୁ ଦିନ ଗୋଟେ ପରେ ଗୋଟେ କଥା ସାମ୍ନାକୁ ଆସିବାରେ ଲାଗିଛି । ଗତକାଲି ପୀଡ଼ିତା ତଦନ୍ତ କରୁଥିବା ଏସ୍‌ଆଇଟି ଟିମ୍‌କୁ ପ୍ରମାଣ ଆକାରରେ ଏକ ପେନ୍‌ଡ୍ରାଇଭ୍‌ ଦେଇଥିବା ବେଳେ ସେ ମଧ୍ୟରେ ଚିନ୍ମୟାନନ୍ଦଙ୍କ ଅପରାଧିକ କାର୍ଯ୍ୟକଳାପର ୪୩ଭିଡିଓ ଥିବା ଜଣା ପଡ଼ିଥିଲା । ଏବେ ଏହି ମାମଲାକୁ ନେଇ ଚିନ୍ମୟାନନ୍ଦଙ୍କ ସପକ୍ଷରେ ମତ ରଖିଛନ୍ତି ବିବାଦୀୟ ବାବା ସ୍ୱାମୀ ଓମ୍‌ । ବିଗ୍‌ ବସ୍‌କୁ ଯାଇ ବିବାଦୀୟ ହୋଇଥିବା ସ୍ୱାମୀ ଓମ୍‌ ସାମ୍ବାଦିକ ସମ୍ମିଳନୀ କରି ଚିନ୍ମୟାନନ୍ଦଙ୍କୁ ସମର୍ଥନ କରିଛନ୍ତି ।

Image result for swami-om-defends-swami-chinmayanand-in-press-conference
National Herald

ତାଙ୍କ କହିବା ଅନୁଯାୟୀ, ମାଲିସ କରିବା ଭୁଲ ନୁହେଁ । ଦୁଷ୍କର୍ମର ଅଭିଯୋଗ ସଂପୂର୍ଣ୍ଣ ମିଛ । ସ୍ୱାମୀ ଚିନ୍ମୟାନନ୍ଦ ନିର୍ଦ୍ଦୋଷ । ଯଦି ତାଙ୍କୁ ନ୍ୟାୟ ନ ମିଳେ, ତେବେ ମୁଁ ଆନ୍ଦୋଳନ ଆରମ୍ଭ କରିବି । ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଅପମାନିତ ଓ ଫସାଇବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର । ଯାହାକୁ ଆମେ ସଫଳ ହେବାକୁ ଦେବୁ ନାହିଁ ।

ସମ୍ବନ୍ଧିତ ଖବର