ଲକ୍ଷ୍ନୌ : ଅପନୀ ଜନତା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ କାଉଡ଼ିଆମାନଙ୍କ ବିଷୟରେ ଏକ ବିବାଦୀୟ ବୟାନ ଦେଇଛନ୍ତି ଯାହା ଉତ୍ତର ପ୍ରଦେଶର ରାଜନୀତିରେ ହଇଚଇ ସୃଷ୍ଟି କରିଛି। କାଉଡ଼ିଆମାନେ କ୍ଷମତାର ଛତ୍ରଛାୟାରେ ଥିବା ଗୁଣ୍ଡା ଏବଂ ମାଫିଆ ବୋଲି ସେ କହିଛନ୍ତି।
ଅପନୀ ଜନତା ଦଳର ରାଜ୍ୟସ୍ତରୀୟ ବୈଠକରେ ସ୍ୱାମୀ ପ୍ରସାଦ କହିଥିଲେ ଯେ ଏମାନେ କାଉଡ଼ିଆ ନୁହଁନ୍ତି କାରଣ ସେମାନଙ୍କର ଆରାଧ୍ୟ ଦେବତା ଭୋଳା ଭଲ, ତେବେ ତାଙ୍କର ଭକ୍ତମାନେ କିପରି ହିଂସାତ୍ମକ ହେଲେ ? ସେ କହିଥିଲେ ଯେ କାଉଡ଼ିଆମାନେ ସରକାରଙ୍କ ସୁରକ୍ଷାରେ ପାଳିତ ଗୁଣ୍ଡା ଏବଂ ମାଫିଆ ଯେଉଁମାନେ ସବୁଆଡ଼େ ଅରାଜକତା ବିସ୍ତାର କରୁଛନ୍ତି। କାଉଡ଼ିଆଙ୍କ ଛଦ୍ମବେଶରେ ସେମାନେ ସମଗ୍ର ରାଜ୍ୟରେ ଆଇନକୁ ଉଲ୍ଲଂଘନ କରୁଛନ୍ତି।
ସ୍ୱାମୀ ପ୍ରସାଦ କହିଛନ୍ତି ଯେ ବିଜେପି ସରକାର ଉତ୍ତରପ୍ରଦେଶକୁ ଅରାଜକତାର ନିଆଁରେ ଫିଙ୍ଗି ଦେଉଛନ୍ତି। ବିଜେପି ଦ୍ୱାରା ସୁରକ୍ଷିତ ଗୁଣ୍ଡା, ମାଫିଆ ଏବଂ ଅପରାଧୀଙ୍କୁ ଆଇନ ସହିତ ଖେଳିବା ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଉଛି। ବିଜେପି ଛତ୍ରଛାୟାରେ ଥିବା ଏହି ଗୁଣ୍ଡାମାନେ ଆଇନର ମକାକ୍ ଉଡ଼ାଉଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/20/kaudia-2025-07-20-21-48-12.jpg)