ରାମମନ୍ଦିର ନିର୍ମାଣ ନେଇ ମୋଦୀଙ୍କୁ ଚିଠି ଲେଖିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ବିବାଦୀୟ ରାମ ମନ୍ଦିର ନିର୍ମାଣ ଶୀଘ୍ର ଆରମ୍ଭ କରିବାକୁ ଅପିଲ କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସ୍ୱାମୀ ଏ ବାବଦରେ ଅପିଲ କରିଛନ୍ତି | ସ୍ୱାମୀ ନିଜ ଚିଠିରେ ଲେଖିଛନ୍ତି ଯେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କର ଅନୁମତିର ଆବଶ୍ୟକତା ନାହିଁ | ନରସିଂହ ରାଓ ଏହି ଜମିକୁ ରାଷ୍ଟ୍ରୀୟକରଣ କରିଥିଲେ | ତେଣୁ ଅନୁଚ୍ଛେଦ ୩୦୦ଏ ଅନୁସାରେ ସୁପ୍ରିମକୋର୍ଟ କୌଣସି ଆପତ୍ତି ଉଠାଇପାରିବେ ନାହିଁ |

ମନ୍ଦିର ନିର୍ମାଣ ଆରମ୍ଭ କରିବାରେ କୌଣସି ବାଧା ନାହିଁ ବୋଲି ସେ ଲେଖିଛନ୍ତି | ସେହିପରି ରାମସେତୁକୁ ରାଷ୍ଟ୍ରୀୟ ପୌରାଣିକ ସ୍ମାରକର ମାନ୍ୟତା ଦେବାକୁ ମଧ୍ୟ ସେ ଅପିଲ କରିଛନ୍ତି | ସେ ମାଡ୍ରାସ ହାଇକୋର୍ଟଙ୍କ ଭାରତ ସରକାରଙ୍କୁ ପଠାଯାଇଥିବା ନୋଟିସ ବାବଦରେ ମଧ୍ୟ ତଥ୍ୟ ଦେଇଛନ୍ତି | ମାଡ୍ରାସ ହାଇକୋର୍ଟ ଭାରତ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ରାମସେତୁକୁ କାହିଁକି ରାଷ୍ଟ୍ରୀୟ ପୌରାଣିକ ସ୍ମାରକ ଭାବେ ଘୋଷିତ କରାଯିବ ନାହିଁ|

ସେହିପରି ସ୍ୱାମୀ ନିଜ ଚିଠିରେ ଲେଖିଛନ୍ତି କି ସମ୍ବିଧାନର ଧାରା ୩୦୦ଏ ଓ ଭୂମି ଅଧିଗ୍ରହଣ ଉପରେ ସୁପ୍ରିମକୋର୍ଟଙ୍କ ରାୟ ଯାହା ବି ହେଲେ କେନ୍ଦ୍ର ସରକାର ଯେ କୌଣସି ଜମି ବା ସମ୍ପତ୍ତିକୁ ସାର୍ବଜନୀନ ହିତ ପାଇଁ କବଜା କରିପାରିବେ |

ସମ୍ବନ୍ଧିତ ଖବର