ସ୍ବାମିତ୍ବ ଯୋଜନା: ଓଡ଼ିଶା‌ରେ ୩୧୬ଟି ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ : ଗ୍ରାମୀଣ ଗରିବଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨୦୨୦ରେ ଦେଶରେ ଆରମ୍ଭ ‌ହୋଇଥିଲା ସ୍ବାମିତ୍ବ ‌ଯୋଜନା। ୨୦୨୨ ଡିସେମ୍ବର ସୁଦ୍ଧା ଏହି ଯୋଜନାରେ ଦେଶର ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏକ କୋଟି ୭ ଲକ୍ଷ ୧୬ ହଜାର ୧୩ ସମ୍ପତ୍ତି କାର୍ଡ ପ୍ରସ୍ତୁତ କରାଯାଇଛି। ଓଡିଶାରେ ଏହି ସଂଖ୍ୟା ରହିଛି ମାତ୍ର ୩୧୬।

ଓଡ଼ିଶାର ୩୮୫୬ ଗାଁ’ରେ ଏହି ଯୋଜନାରେ ସମ୍ପତ୍ତି କାର୍ଡ ପ୍ରସ୍ତୁତ ଲକ୍ଷ୍ୟ ରହିଛି। ନିକଟରେ ପଂଚାୟତିରାଜ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ୨୦୨୨-୨୩ ବାର୍ଷିକ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ଯୋଜନାରେ ଗରିବ ଲୋକମାନଙ୍କୁ ଡିଜିଟାଲ ଜମିପଟ୍ଟା ବଣ୍ଟନ କରାଯାଇଥାଏ। ଏହି ଜମିପଟ୍ଟା ଦେଖାଇ ଗରିବ ଲୋକ ଋଣ ଉଠାଇଥାନ୍ତି।

ସମ୍ବନ୍ଧିତ ଖବର