ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଲେ ଅଭିନେତ୍ରୀ ସ୍ୱରା ଭାସ୍କର, ସୋସିଆଲ ମିଡିଆରେ ହେଲେ ଟ୍ରୋଲ୍‌

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପାଇଁ  ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା । ଜୈସ୍‌-ଐ-ମହମ୍ମଦର ପ୍ରଶିକ୍ଷଣ ଶିବିରକୁ ଟାର୍ଗେଟ କରି ପାଖାପାଖି ୩୦୦ ଆତଙ୍କବାଦୀଙ୍କୁ ନିହତ କରିବାରେ ସଫଳ ହୋଇଥିଲା ଭାରତୀୟ ବାୟୁସେନା । ସର୍ଜିକାଲ ଷ୍ଟ୍ରାଇକ୍‌ ଚାଲିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନର ସାଉଥ୍‌ କ୍ଲବ୍‌ରେ ବସି ପୂରା ଅପରେସନ୍‌ ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ଟିକିନିକି ଖବର ବୁଝିବା ସହ ଅପରେସନ୍‌ ସରିବା ପର୍ଯ୍ୟନ୍ତ ଚେଇଁ ବସିଥିଲେ । ଏହି ଖବର ଆସିବା ପରେ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିବା ସହ ତାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଲୋକେ ପ୍ରଶଂସା କରିଥିଲେ । କିନ୍ତୁ ଏହି ଖବର ଆସିବା ପରେ ଅଭିନେତ୍ରୀ ସ୍ୱରା ଭାସ୍କର ମୋଦିଙ୍କୁ କଟାକ୍ଷ କରିଥିବା ଦେଖା ଯାଇଛି ।

ଟୁଇଟ୍‌ କରି, ସେ ଯାହା କରିଛନ୍ତି, ତାହା ତାଙ୍କ କାମର ଏକ ଅଂଶ ନା ତାଙ୍କୁ ଏଥି ପାଇଁ ଅଲଗା ନମ୍ବର ମିଳିବା ଦରକାର ବୋଲି ଲେଖିଥିଲେ ସ୍ୱରା । ସ୍ୱରାଙ୍କ ଏଭଳି ଟୁଇଟ୍‌ ପରେ ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର